କେନ୍ଦୁଝର

ପିଡ଼ିଏସ ସାମଗ୍ରୀ ବକେୟା ଚାଉଳ ବଣ୍ଟନ ଦାବିକୁ ନେଇ ବାଉଁଷୁଳି ପଞ୍ଚାୟତରେ ଉତ୍ତେଜନା

ତୁରୁମୁଙ୍ଗା ୧୮-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତରେ ପିଡ଼ିଏସ ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା ହୋଇଥିଲା। ଅଭିଯୋଗ ଅନୁଯାଇ ୧୦୨ ଜଣ ହିତାଧିକାରୀ ମାର୍ଚ୍ଚ ମାସର ଚାଉଳ ପାଇନଥିଲେ। ପଞ୍ଚାୟତ ତରଫରୁ ସୁନେଲି ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ସେପ୍ଟେମ୍ବର ମାସର ଚାଉଳ ବଣ୍ଟନ ହେଉଥିବା ବେଳେ ମାର୍ଚ୍ଚ ମାସର ଚାଉଳ ନ ଦେଲେ ଚାଉଳ ନେବୁ ନାହିଁ କହି ଦଶରଥୀପୁର ଓ ବାଉଁଶୁଳି ଗ୍ରାମ ର ହିତାଧିକାରୀ ଜିଦ ଧରି ବସିବା ସହିତ ଚାଉଳ ବଣ୍ଟନ କୁ ବନ୍ଦ କରିଦେଇଥିଲେ ଫଳରେ କିଛି ସମୟ ଚାପା ଉତେଜନା ଦେଖାଦେଇଥିଲା। ଖବର ପାଇ ପାଟଣା ଖାଦ୍ୟ ଯୋଗାଣ ନିରୀକ୍ଷକ ବିଦ୍ୟୁତଲତା ନାଏକ ସରପଞ୍ଚ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରାଇଥିଲେ। କିନ୍ତୁ ହିତଧିକାରୀ ମାନେ ଜିଦରେ ଅଟଳ ଥିଲେ। ପରେ ଖାଦ୍ୟଯୋଗଣ ନିରୀକ୍ଷକ ବିଦ୍ୟୁତଳତା ନାଏକ ଅନଲାଇନ କାରବାର ଯୋଗୁଁ ସରକାରଙ୍କ ତରଫରୁ ମାର୍ଚ୍ଚ ମାସର ୪୦ କୁଇଣ୍ଟାଲ ଚାଉଳ ଓ ୨କୁଇଣ୍ଟାଲ ୮୬ କେଜି ଗହମ ଆସିନଥିବାରୁ ଏ ପରି ଅସୁବିଧା ହୋଇଛି ଚାଉଳ ଆସିଲେ ସମସ୍ତଙ୍କୁ ମାର୍ଚ୍ଚ ମାସର ବକେୟା ଥିବା ଚାଉଳ ଓ ଗହମ ଦିଆଯିବ କହିଥିଲେ ମଧ୍ୟ କୌଣସି ସମାଧାନ ହୋଇ ନଥିଲା। ଫଳରେ ଚାଉଳ ବଣ୍ଟନ ସମ୍ପୂର୍ଣ୍ଣ ବନ୍ଦ ଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top