ad
ଜିଲ୍ଲା ପରିକ୍ରମା

ପିଠା ଯୋଜାନା : ଜନସଚେତନତା କାର୍ଯ୍ୟକ୍ରମରେ ଲୋକକଳାକାର ଭୋକିଲା ! ; ଆଜିଯାଏଁ ମିଳିନି ପ୍ରାପ୍ୟ, ୧୫ରୁ ପିଠା କାର୍ଯ୍ୟକ୍ରମ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ସମସ୍ତ ପଂଚାୟତମାନଙ୍କ ସରକାରଙ୍କ ପିଠା ଯୋଜନାରେ ଜନସଚେତନତା ପାଇଁ ଲୋକ କଳାକାରମାନଙ୍କ ଦଳକୁ ସାମିଲ କରାଯାଇଥିଲା। ଲୋକ କଳା ପାଲା, ଦାସକାଠିଆ, ଘୋଡାନାଚଆଦି ଦଳ ଗୁଡିକର କଳାକାରମାନେ ଜିଲ୍ଲା କଳା ସଂସ୍କୃତି ସଂଘ, ନଗର କଳା ସଂସ୍କୃତି ସଂଘ ଓ ବ୍ଲକ କଳା ସଂସ୍କୃତି ସଂଘର ଆଦେଶ ମୁତାବକ ସଂପୃକ୍ତ ପଂଚାୟତମାନଙ୍କରେ ପହଂଚି କଳାକୈାଶଳର ସହିତ ସଚେତନତା କରାଇଥିଲେ। ଭିସେମ୍ବର ମାସ ୧୫ ତାରଖରୁ ଏହି ପିଠା ଯୋଜନା ଆରମ୍ଭ କରାଯାଇ ୨୦ ତାରଖ ପର୍ଯ୍ୟନ୍ତ ଚାଲିଥିଲା। ମାତ୍ର ପାରିତୋଷିକ ପ୍ରାପ୍ୟ ବାବଦକୁ ପ୍ରତିଟି ଲୋକ କଳା ଦଳକୁ ଗୋଟିଏ ମଂଚ ପାଇଁ ୧୫ଶହ ଟଙ୍କା ମିଳିବା କଥା। ହେଲେ ଆଜିଯାଏଁ ଏହି ପ୍ରାପ୍ୟ ନପାଇ କଳାକାରମାନେ ଭୋକିଲାରେ ଥିବା ବେଳେ ସରକାରୀ ବାବୁମାନଙ୍କ ନିଦ ଭାଙ୍ଗିନି। ଲୋକକଳା ଦଳ ସେମାନଙ୍କ ପୋଗ୍ରାମ ସରିବା ସମୟରେ ପ୍ରାପ୍ୟ ପ୍ରଦାନ ସହ ୧୫ଶହ ଟଙ୍କାରୁ ଦୁଇ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି। ଏନେଇ ଜଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଗୋଲକଚନ୍ଦ୍ର ବେହେରା କୁହନ୍ତି, ଜିଲ୍ଲାପାଳଙ୍କ ସହ ବିଚାର ବିମର୍ଷ କରି ଆବଶ୍ୟକ ପଦକ୍ଷେପ ନିଆଯିବ। ତେବେ ଆଗାମୀ ୧୫ ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପିଠା କାର୍ଯ୍ୟକ୍ରମରେ ପ୍ରତେକ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଲୋକକଳା ଦଳକୁ ୧୫ଶହ ଟଙ୍କା ଦେବାପାଇଁ ଜିଲ୍ଲାରେ ଥିବା ସମସ୍ତ ବିଡିଓମାନଙ୍କ ସହ ଆଲୋଚନା ଚାଲିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top