ad
ଜିଲ୍ଲା ପରିକ୍ରମା

ପିଠା କାର୍ଯ୍ୟକ୍ରମରେ ପଦାକୁ ଆସିଲା ଗୋଷ୍ଠି କନ୍ଦଳ

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସମଗ୍ର ରାଜ୍ୟରେ ୧୬ତାରିଖରୁ ଆରମ୍ଭ ହୋଇଛି ସରକାରଙ୍କ ପିଠା କାର୍ଯ୍ୟକ୍ରମ। ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ସୁଫଳ ଓ ଏ ସମ୍ପର୍କରେ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ତେବେ ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ସମୟରେ ଭଦ୍ରକ ବ୍ଲକ ବେନ୍ତାଳ ପଞ୍ଚାୟତରେ ଦେଖିବାକୁ ମିଳିଛି କିଛି ବ୍ୟତିକ୍ରମ। ଏହି ପଞ୍ଚାୟତର ଗୋଟିଏ ପଡ଼ିଆରେ ମାତ୍ର ୨୦ ଫୁଟ ବ୍ୟବଧାନରେ ଦୁଇଟି ସମାନ୍ତରାଳ ପିଠା କାର୍ଯ୍ୟକ୍ରମ ଆଜି ଭଦ୍ରକରେ ଚର୍ଚ୍ଚାର ବିଷୟ ହୋଇଛି। ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅର୍ନ୍ତଗତ ଏହି ପିଠା କାର୍ଯ୍ୟକ୍ରମ ଅବସରରେ ବେନ୍ତାଳ ପଞ୍ଚାୟତ ଠାରେ ନିର୍ବାଚିତ ସରପଞ୍ଚ ଶଶଧର ନାୟକଙ୍କ ସଭାପତିତ୍ୱରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ, ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ଧଳଙ୍କ ସଭାପତିତ୍ୱରେ ସରକାରୀ ଭାବେ ଆଉ ଏକ କାର୍ଯ୍ୟକ୍ରମ ସେହି ପଡ଼ିଆର ୨୦ଫୁଟ ଦୂରରେ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ନିଜ ବକ୍ତବ୍ୟରେ ଭଦ୍ରକ ବିଧାୟକ ମୋ ପଞ୍ଚାୟତର ଲୋକଙ୍କୁ ବିଭ୍ରାନ୍ତ କରିବା ସହ ବିଜେଡ଼ି ଦଳରେ ଗୋଷ୍ଠି କନ୍ଦଳ ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ। ବିଧାୟକ ଏହି ପଞ୍ଚାୟତକୁ ଅଣଦେଖା କରି ଚାଲିଥିବାରୁ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ବୋଲି ଅଭିଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଶ୍ୱନାଥ ମହାରଣା, ବିଜେଡ଼ିର ବରିଷ୍ଠ ସଭ୍ୟ ବନ ପଣ୍ଡା, ରବିନାରାୟଣ ପଣ୍ଡା, ସଂଜୟ ସାହୁ, ଶିବା ନାୟକ, ଅକ୍ଷୟ ଜେନା, ଦିବାକର ଜେନା, ଅକ୍ଷୟ ସାହୁ, ଗୋବିନ୍ଦ ବିଶ୍ୱାଳ, ୧୦ଟି ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟ, ୱାର୍ଡ଼ ସଦସ୍ୟା ସସ୍ମିତା ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସେହିପରି ସରକାରୀ ଭାବେ କୁହାଯାଉଥିବା କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ଉନ୍ନୟନ ଅଧିକାରୀ ହରିଶ୍ଚନ୍ଦ୍ର ଜେନା, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ପାଢ଼ୀ, ସମିତି ସଭ୍ୟ ସଂଜୁକ୍ତା ମହାନା, ଆଇସିଡ଼ିଏସର ସୁପରଭାଇଜର ଲକ୍ଷ୍ମିପ୍ରିୟା ସାହୁ, ନେସ୍କୋ ଏସଡ଼ିଓ ପ୍ରଭାସ ବିଶ୍ୱାଳ, ମଧୁବାବୁ ଓକିଲ ସଂଘର କରୁଣାକର ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଉଭୟ ସଭାରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖାଯାଇଥିବାବେଳେ, ପଞ୍ଚାୟତବାସୀ କେଉଁ କାର୍ଯ୍ୟକ୍ରମରେ ଯୋଦେବେ ତାହାକୁ ନେଇ ଦ୍ୱନ୍ଦରେ ପଡ଼ିଥିବା ପରିଲକ୍ଷିତ ହୋଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top