ଓଡ଼ିଶା

ପିଏସଏଲଭି ଦ୍ୱାରା ଏକକାଳୀନ ୩୧ ଉପଗ୍ରହର ସଫଳ ଉତକ୍ଷେପଣ

ଆନ୍ଧ୍ରପ୍ରଦେଶ ୧୨-୧ (ଓଡ଼ିଆ ପୁଅ) ଇସ୍ରୋର ପୋଲାର ସାଟେଲାଇଟ ଲଂଚ ଭେଇକିଲ୍ (ପିଏସଏଲଭି) ତାହାର ୪୨ତମ ଉଡ଼ାଣରେ ଏକକାଳୀନ ୩୧ଟି ଉପ୍ରଗହକୁ କକ୍ଷପଥରେ ଅବସ୍ଥାପିତ କରିବାରେ ସଫଳ ହୋଇଛି। ଏସବୁ ଉପଗ୍ରହ ମଧ୍ୟରେ ୭୧୦ କିଲୋଗ୍ରାମ ଓଜନର ରିମୋଟ ସେନ୍ସିଂ କାର୍ଟୋସାଟ-୨ ଓ ଅନ୍ୟାନ୍ୟ ୩୦ଟି ଉପଗ୍ରହ ଅଛି। ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଜି ଏହାର ଉତ୍କ୍ଷେପଣ ହୋଇଛି। ପିଏସଏଲଭିର ଏହି ଉଡ଼ାଣକୁ ପିଏସଏଲଭି-ସି୪୦ କୁହାଯାଉଛି।

ମହାକାଶ କେନ୍ଦ୍ରର ପ୍ରଥମ ଲଂଚ ପ୍ୟାଡରୁ ସକାଳ ୯ଟା ୨୯ ମିନିଟରେ ପିଏସଏଲଭି ଉଡ଼ାଣ ଭରିଥିଲା। ଉଡ଼ାଣ ଆରମ୍ଭର ୧୬ ମିନିଟ ୩୭ ସେକେଣ୍ଡ ମଧ୍ୟରେ ଉପଗ୍ରହଗୁଡ଼ିକ ବିଷୁବ ରେଖାର ୫୦୩ କିଲୋମିଟର ଓ ୯୭.୫୫ ଡିଗ୍ରୀ କକ୍ଷରେ ପହଂଚିପାରିଥିଲା। ଏହାପରେ ୭ ମିନିଟ ମଧ୍ୟରେ କାର୍ଟୋସାଟ- ୨ ସିରିଜ୍ ଉପଗ୍ରହ, ଆଇଏନଏସ୍-୧ସି ଏବଂ ଅନ୍ୟ ୨୮ଟି ଉପଗ୍ରହ ଗୋଟିଏ ପରେ ଗୋଟିଏ ପିଏସଏଲଭିରୁ ବିଚ୍ଛିନ୍ନ ହୋଇଥିଲେ। ପିଏସଏଲଭି-ସି୪୦ର ଚତୁର୍ଥ ପର୍ଯ୍ୟାୟରେ ଦୁଇଥର ଛୋଟ ବିସ୍ଫୋରଣ କରାଯାଇଥିଲା, ଯଦ୍ୱାରାକି ଭାରତର ମାଇକ୍ରୋସାଟ୍ ସଫଳତାର ସହ ବିଚ୍ଛିନ୍ନ ହୋଇ ୩୬୫ କିଲୋମିଟର ଉଚ୍ଚ କକ୍ଷପଥରେ ଅବସ୍ଥାପିତ ହୋଇପାରିଥିଲା।

ପିଏସଏଲଭିରୁ ବିଚ୍ଛିନ୍ନ ହେବା ପରେ କାର୍ଟୋସାଟ୍-୨ ସିରିଜ୍ ଉପଗ୍ରହକୁ ବେଙ୍ଗାଲୁରୁସ୍ଥିତ ଇସ୍ରୋର ଟେଲିମାଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ (ଇସଟ୍ରାକ୍) ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲା। ଆସନ୍ତା ଦିନରେ ଏହି ଉପଗ୍ରହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ କଳାଧଳା ଏବଂ ରଙ୍ଗୀନ ରିମୋଟ ସେନ୍ସିଂ ତଥ୍ୟ ପଠାଇବା ଆରମ୍ଭ କରିବ।

୧୧ କିଲୋଗ୍ରାମ ବିଶିଷ୍ଟ ଆଇଏନଏସ-୧ସି ଏବଂ ୧୦୦ କିଲୋଗ୍ରାମ ଓଜନର ମାଇକ୍ରୋସାଟକୁ ମଧ୍ୟ ବେଙ୍ଗାଲୁରୁସ୍ଥିତ ଇସଟ୍ରାକ୍ ସ୍ୱୟଂ ଭାବେ ନିୟନ୍ତ୍ରଣ କରୁଛି। ଉତକ୍ଷେପଣ ହୋଇଥିବା ଅନ୍ୟ ୨୮ଟି ଉପଗ୍ରହ କାନାଡା, ଫିନଲାଣ୍ଡ, ଫ୍ରାନ୍ସ, କୋରିଆ ରିପବ୍ଲିକ, ବ୍ରିଟେନ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର।

ଆଜି ପର୍ଯ୍ୟନ୍ତ ପିଏସଏଲଭି ୫୧ଟି ଭାରତୀୟ ଉପଗ୍ରହ ଏବଂ ୨୩୭ଟି ବିଦେଶୀ ଉପଗ୍ରହକୁ ମହାକାଶକୁ ପଠାଇବାରେ ସଫଳ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top