ଓଡ଼ିଶା

ପିଆଇବି ପକ୍ଷରୁ ଆଂଚଳିକ ଗଣମାଧ୍ୟମ କର୍ମଶାଳା – ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର ୧୦-୩ (ଓଡ଼ିଆ ପୁଅ) ରାଉରକେଲା ଇ-ଲାଇବ୍ରେରୀ ସଭାକକ୍ଷରେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ତରଫରୁ ଆଂଚଳିକ ଗଣମାଧ୍ୟମ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଉପଜିଲ୍ଲାପାଳ ଶ୍ରୀ ହିମାଂଶୁ ଶେଖର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଉରକେଲା ଷ୍ଟିଲ ପ୍ଲାଂଟର ମୁଖ୍ୟ ଗଣଯୋଗାଯୋଗ ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ରମେନ୍ଦ୍ର କୁମାର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଶ୍ରୀ ଅଦ୍ୱୈତ ପ୍ରସାଦ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହି କର୍ମଶାଳାରେ ଭାରତ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ରାଉରକେଲା ସରକାରୀ ଚିକିତ୍ସାଳୟର ନିର୍ଦ୍ଦେଶକ ଡା. ରାମଚନ୍ଦ୍ର ବେହେରା ସାର୍ବଜନୀନ ଟୀକାକରଣ ଏବଂ ମିଳିମିଳା ଓ ରୁବେଲା ଟୀକାକରଣ ଅଭିଯାନ ସମ୍ପର୍କରେ ସମୟବ୍ୟ ରଖିଥିଲେ। ଜିଲ୍ଲା କୃଷି ବିଭାଗର ଅଧିକାରୀ ଶ୍ରୀ ମନୋରଂଜନ ମଣ୍ଡଳ ମୃ୍ ତିକା ସ୍ୱାସ୍ଥ୍ୟକାର୍ଡ, ନିମଯୁକ୍ତ ୟୁରିଆ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଏସବିଆଇର ପରିଚାଳକ ଶ୍ରୀ ଅଶ୍ୱିନୀ ବେହେରା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଓ ଆଧାର ସଂଯୋଗୀକରଣ, ଜିଲ୍ଲା ଗ୍ରାମୀଣ ପାନୀୟ ଜଳ ଓ ପରିମଳ ବିଭାଗର ଅଧିକାରୀ ଶ୍ରୀ ଜ୍ୟୋର୍ତିମୟ ପାଲ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ। ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ, ଓଡ଼ିଶା ପ୍ରଭାରୀ ଶ୍ରୀମତୀ ରଞ୍ଜନା ଦେବ ଶର୍ମା କର୍ମଶାଳାର ଅଧ୍ୟକ୍ଷତା କରିଥିଲେ।

ପତ୍ର ସୂଚନା କାର୍ଯ୍ୟାଳୟର ଗଣଯୋଗାଯୋଗ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କର୍ମଶାଳାକୁ ପରିଚାଳନା କରିଥିଲେ। ଶ୍ରୀ ଚୌଧୁରୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର କାର୍ଯ୍ୟଶୈଳୀ ଓ ବାର୍ତ୍ତାଳାପର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପତ୍ର ସୂଚନା କାର୍ଯ୍ୟାଳୟର ସୂଚନା ଅଧିକାରୀ ଶ୍ରୀ ସ୍ୱାଧୀନ ଶକ୍ତି ପ୍ରସାଦ ପତ୍ର ସୂଚନା କାର୍ଯ୍ୟାଳୟ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମତବିନିମୟ କରିଥିଲେ। ଯୋଜନା ସମ୍ପର୍କିତ ଆଲୋଚନା ଚକ୍ରକୁ ଶ୍ରୀ ସ୍ୱାଧୀନ ଶକ୍ତି ପ୍ରସାଦ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଷେତ୍ରପ୍ରଦର୍ଶନୀ ଅଧିକାରୀ ଶ୍ରୀ ମନୋଜ କୁମାର ଜାଲି, ପତ୍ର ସୂଚନା କାର୍ଯ୍ୟାଳୟର ଶ୍ରୀ ଦୀପକ କର୍ମକାର ଓ ଗଗନ ବେହେରା କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ।

ଏହି ଦିନିକିଆ କର୍ମଶାଳାରେ ରାଉରକେଲାର ପାଖାପାଖି ୭୦ ଜଣ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ମଧ୍ୟରେ ମତବିନିମୟ ହୋଇଥିଲା। ପରିଶେଷରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଠାରୁ ବାର୍ତ୍ତାଳାପ ଏବଂ ଯୋଜନା ସମ୍ପର୍କିତ ମତାମତ ସଂଗ୍ରହ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top