ଜିଲ୍ଲା ପରିକ୍ରମା

ପିଅନ ଭରସାରେ ମନମୁଣ୍ଡା ପଶୁ ଚିକିତ୍ସାଳୟ

ବୌଦ୍ଧ, ୨୩ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): କଂଟାମାଳ ବ୍ଲକରେ ଦିନକୁ ଦିନ ଫାଟୁଆ ରୋଗ ବ୍ୟାପିବାରେ ଲାଗିଥିବାବେଳେ ପଶୁ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡିଛି। ବ୍ଳକର କଂଟାମାଳରେ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଥିବାବେଳେ ଏଠାରେ ଜଣେ ସହକାରୀ ପ୍ରାଣୀ ଚିକିତ୍ସକ ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରାୟ ଦୁଇବର୍ଷ ହେବ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀଙ୍କ ଅନ୍ୟତ୍ର ବଦଳିପରେ ଏହି ପଦବି ଖାଲିପଡିଛି। ସେହିପରି ମନମୁଣ୍ଡା ପ୍ରାଣୀ ଚିକିତ୍ସାଳୟରେ ପ୍ରାଣୀଧନ ଚିକିତ୍ସକଙ୍କ ବଦଳିପରେ ତାଙ୍କ ସ୍ଥାନରେ କାହାରିକୁ ଅବସ୍ଥାପିତ କରାଯାଇନଥିବାରୁ କଂଟାମାଳ ର ସହକାରୀ ପ୍ରାଣୀଧନ ଚିକିତ୍ସକ ଉଭୟ କଂଟାମାଳ ଓ ମନମୁଣ୍ଡା ଚିକିତ୍ସାଳୟର ଦାୟିତ୍ୱ ତୁଲାଉଛନ୍ତି। କଂଟାମାଳ ବ୍ଲକରେ ୧୨ ଗୋଟି ପ୍ରାଣୀଧନ ଚିକିତ୍ସା ଉପେକନେ୍ଦ୍ର ଥିବାବେଳେ ମାତ୍ର ୭ ଜଣ ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟ କରୁଛନ୍ତି। ଆମ୍ବଗାଁ ଓ ଘଂଟାପଡା ଉପେକନ୍ଦ୍ର ଦାୟିତ୍ୱରେ ଜଣେ ପ୍ରାଣୀଧନ ନିରୀକ୍ଷକ ଥିବାବେଳେ ଉମା ଓ କୁଲତାଯୋର ଉପକେନ୍ଦ୍ର, ନାରାୟଣ ପ୍ରସାଦ ଓ ବରଗାଁ ଉପେକେନ୍ଦ୍ର, ପଲଶାଗୋରା ଓ ରେଙ୍ଗାଲି ଉପେକନ୍ଦ୍ର, ଖଟଖଟିଆ ଓ ଘିକୁଣ୍ଡି ଉପକେନ୍ଦ୍ର, ପଦରପଡା ଓ ଶୁଣ୍ଢିପଦର ଉପକେନ୍ଦ୍ରଏବଂ ଦପଲା ଓ ଲମ୍ବସରୀ ଉପକେନ୍ଦ୍ର ଦାୟିତ୍ୱରେ ଜଣେ ଲେଖାଏଁ ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟ କରୁଥିବାରୁ ଗୃହପାଳିତ ପଶୁମାନଙ୍କୁ ଚିକିତ୍ସାସେବା ଯେଗାଇଦେବାରେ ଅହେତୁକ ବିଳମ୍ବ ଘଟୁଛି। କଂଟାମାଳ ବ୍ଲକ ପଶୁ ଚିକିତ୍ସା କାର୍ଯ୍ୟାଳୟରେ ଅଧିକାରୀ ପଦ ଖାଲି ପଡିଥିବାବେଳେ ପିଅନ ଓ ଆଟେଣ୍ଡେଣ୍ଟଣ୍ଟ ପଦ ମଧ୍ୟ ଖାଲିପଡିଛି। କେବଳ ଜଣେ ଚୌକିଦାର ଓ ଜଣେ ସକହାରୀ ପ୍ରାଣୀଧନ ଚିକିତ୍ସକରେ ଚାଲିଛି ଏହି ପ୍ରାଣୀ ଚିକିତ୍ସାଳୟ। ସେହିପରି ମନମୁଣ୍ଡା ପ୍ରାଣୀର ଚିକିତ୍ସାଳୟ କେବଳ ଜଣେ ପିଅନଙ୍କ ଭରସାରେ ଚାଲିଛି। ଏଠାରେ ପ୍ରାଣୀଧନ ଚିକିତ୍ସକ ଓ ଆଟେଣ୍ଡେଣ୍ଟ ଓ ଚୌକିଦାର ପଦବି ଦୀର୍ଘ ଦିନରୁ ଖାଲିପଡିଛି। ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ପଂଚାୟତରେ ପ୍ରାଣୀଧନ ଉପକେନ୍ଦ୍ର ଖୋଲି ଜଣେ ଜଣେ ପ୍ରାଣୀଧନ ନିରୀକ୍ଷକଙ୍କୁ ୨୦୧୫ ସୁଦ୍ଧା ଅବସ୍ଥାପିତ କରାଯିବାକୁ ଘୋଷଣା କରିଥିବାବେଳେ ଆଜିକୁ ୩ ବର୍ଷ ବିତି ଯାଇଥିଲେହେଁ ସେହି ନିର୍ଦ୍ଦେଶ ସରକାରୀ ନାଲିଫିତା ତଲେ ଦାବି ହୋଇ ରହିଯାଇଛି। କଂଟାମାଳ ବ୍ଲକରେ ଗୋ ସଂପଦଙ୍କ ତୁଳନାରେ ଏମାନଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସଂଖ୍ୟା କମ ଥିବାରୁ ନାନା ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି ଗୃହପାଳିତ ପଶୁ। ବର୍ତମାନ ବ୍ଲକର ସବୁ ଅଂଚଳରେ ଫାଟୁଆ ରୋଗ ହୁ ହୁ ହୋଇ ବ୍ୟାପୁଥିବାବେଳେ ଦପଲା ଓ ଲମ୍ବସରୀ ଭଳି ଆଭ୍ୟନ୍ତରୀଣ ଅଂଚଳରେ ଏହି ରୋଗ ଉତ୍କଟ ରୂପ ନେଇସାରିଲାଣି। ବୌଦ୍ଧ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଅଭିଜ୍ଞ ଡାକ୍ତରୀଦଳ ପଠାଇ ଡାକ୍ତରୀ ଚିକିତ୍ସା ଯୋଗାଇଦେବା ସହିତ ଶିଘ୍ର ଖାଳି ପଦବି ଗୁଡିକୁ ପୂରଣ କରିବାକୁ ସାଧାରଣରେ ଦାବି ହେଉଅଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top