ଜିଲ୍ଲା ପରିକ୍ରମା

ପିଅନ ଭରସାରେ ଚାଲିଛି ଆର୍ୟୁବେଦିକ ଡ଼ାକ୍ତରଖାନା

ରାଉରକେଲା ୧୧/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଆଦିବାସୀ ଅଧୁ୍ୟଷିତ ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଜିଲ୍ଲାର ଲେଫ୍ରିପଡ଼ା ବ୍ଲକରେ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥିବା ଆର୍ୟୁବେଦିକ ଚିକିତ୍ସା କେନ୍ଦ୍ର ଗୁଡ଼ିକ କେବଳ ନାମକୁ ମାତ୍ର ଚାଲିଛି। ଆର୍ୟୁବେଦିକ ଚିକିତ୍ସା ବିଶ୍ୱଶନୀୟ ବହୁ ପ୍ରାଚୀନ ଚିକିତ୍ସା ପଦ୍ଧତି ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ ଗୁରୁତ୍ୱ ଦିଆଯାଇ ଆସୁଛି। ତେବେ ଡାକ୍ତର ଅଭାବରୁ ଏଗୁଡ଼ିକ ଗୋଟିଏ ରକମର ବନ୍ଦ ପଡ଼ିଥିବା ବେଳେ କେବଳ କାର୍ଯ୍ୟରତ ପିଅନ ମାନଙ୍କ ଦ୍ୱାରା ଚାଲୁଛି ବୋଲି ଅଭିଯୋଗ ହୋଇଛି। ଲେଫ୍ରିପଡ଼ା ବ୍ଲକରେ ପର୍ଯ୍ୟାୟକ୍ରମେ କୁଲାବିରା ପଂଚାୟତର କୁଲାବିରା ଗ୍ରାମରେ ଝୁରିମାଲ ଗ୍ରାମ ପଂଚାୟତ ଦିଆମୁଣ୍ଡା ଗ୍ରାମରେ ଏବଂ ଜେ, ରାଏବଗା ଗ୍ରାମ ପଂଚାୟତର ରାଏବଗା ଗ୍ରାମରେ ଆର୍ୟୁବୈଦିକ ଡାକ୍ତରଖାନା ସ୍ଥାପନ କରାଯାଇ ଲୋକଙ୍କୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦିଆଯାଉଥିଲା। କିନ୍ତୁ ଦୀର୍ଘବର୍ଷ ହେଲା ଉକ୍ତ ତିନି ଡାକ୍ତରଖାନାରେ ଡାକ୍ତରପଦବୀ ଖାଲି ପଡ଼ିଥିବାରୁ ଏହା ପ୍ରଭାବ ଗ୍ରାମବାସୀଙ୍କ ଉପରେ ପଡ଼ୁଛି। ଏହି ତିନି ଡାକ୍ତରଖାନାର ଆବଶ୍ୟକୀୟ ଭିତିଭୂମି କୁଲାବିରା ଏବଂ ଜେ. ରାଏବଗାରେ ନିଜସ୍ୱ କୋଠା ରହିଥିବା ବେଳେ ଦିଆମୁଣ୍ଡା ଡାକ୍ତରଖାନାର କୋଠା ନିର୍ମାଣ ଶେଷ ହୋଇଛି। ଉକ୍ତ ତିନି ଡାକ୍ତରଖାନା ନିମନ୍ତେ ଆବଶ୍ୟକୀୟ ଉପକରଣ ସଙ୍ଗେସଙ୍ଗେ ନିୟମିତ ରୁପରେ ଲୋକଙ୍କ ପାଇଁ, ଗୁରୁତ୍ୱପୂର୍ଣ୍ଣ ଔଷଧ ଯୋଗାଇ ଦିଆଯାଉଛି। ତେବେ ଡାକ୍ତର ନଥିବା ଯୋଗୁ ବର୍ଷ ବର୍ଷ ଧରି ପଡ଼ି ରହୁଥିବା ବେଳେ ଅଧିକାଂଶ ନଷ୍ଟ ହେବାରେ ଲାଗିଛି। ଏଣୁ ଆର୍ୟୁବେଦିକ ଡାକ୍ତରଖାନା ଗୁଡ଼ିକରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି ସାଙ୍ଗକୁ ନିରନ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇ ହେବାକୁ ଅଂଚଳବାସୀଙ୍କ ତରଫରୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top