ଜିଲ୍ଲା ପରିକ୍ରମା

ପାହିମହୁରା ଫୁଡପାର୍କ ପ୍ରତିବାଦରେ ଚାଷୀ ଅଧିକାର ସମାବେଶ ପଛଘୁଞ୍ଚା ଦେଲା ପ୍ରଶାସନ, ଆନେ୍ଦାଳନ ସଫଳ

ଭଦ୍ରକ, ୧୪ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ପାହିମହୁରା, ହେଲପୁର, ମଜୁରୀଗଡିଆ ଆଦି ମୌଜାର ଅଧିଗୃହୀତ ଚାଷ ଜମିରେ ଚିନିକଳ ବଦଳରେ ‘ଫୁଡ ଏଣ୍ଡ ଟେକ୍ସଟାଇଲ ପାର୍କ’ ପ୍ରତିଷ୍ଠା ପାଇଁ ଜମିହାରାଙ୍କ ଦାବିକୁ ଏଡାଇଯାଇ ଇଡକୋ ପକ୍ଷରୁ ପାଚେରି ନିର୍ମାଣ ପ୍ରତିବାଦରେ ଭାରତୀୟ ଜନତା ପାର୍ଟିର ଜିଲା ସଭାପତି ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ  ଅନୁଷ୍ଠିତ ଚାଷୀ ଅଧିକାର ସମାବେଶ ସଫଳ ହୋଇଛି । ଚାଷୀ ସମାବେଶ ହେଉଥିବା ସୂଚନା ପାଇ ଇଡକୋ ପକ୍ଷରୁ ପାଚୋରି ନିର୍ମାଣକାରୀ ଠିକାଦାର ଟେଣ୍ଟ, ଜେସିବି, ନିର୍ମାଣ ସରଞ୍ଜାମ ଆଦି ଉଠାଇ ନେଇଥିଲେ ।  ସେହିଦିନ କୌଣସି ନିର୍ମାଣ କାର୍ଯ୍ୟ ହୋଇ ନ ଥିଲା କି ଶ୍ରମିକମାନେ କାର୍ଯ୍ୟକ୍ଷେତ୍ରରେ ନ ଥିଲେ ।  ଅନ୍ୟପକ୍ଷରେ କେତେକ ସଶସ୍ତ୍ର ପୁଲିସ ସମାବେଶକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ହୋଇଥିଲେ । ସରପଞ୍ଚ ଜଗବନ୍ଧୁ ଦାସଙ୍କ ସଭାପତିତ୍ୱରେ ଜିଲା ସଭାପତି ବଦ୍ରୀନାରାୟଣ ଧଳ, ଦଳୀୟ ନେତା ମନମୋହନ ସାମଲ, ମୋହନ ମାଝୀ, ବସନ୍ତ ରାଉତ, କମଳ କୁମାର ନନ୍ଦ, ମନସ୍ୱିନୀ ଖଣ୍ଟିଆ, ସୂର୍ଯ୍ୟମଣୀ ରାଉତ, ନିର୍ମଳ କର, ସତ୍ୟବ୍ରତ ଦାସ, ଜୟସ୍ମୀତା ଗୋଚ୍ଚାୟତ, ସୁରେଶ ସାମଲ, ତପସ୍ୱନୀ ମହାପାତ୍ର, ମଣ୍ଡଳ ସଭାପତି ପ୍ରଦୀପ ସାହୁ, ମୁକୁନ୍ଦ ଚରଣ ମଲ୍ଲିକ, ରଙ୍କଜିନୀ ଲେଙ୍କା, ଗୋପାଳ କୃଷ୍ଣ ଦାସ, ଗୌରହରୀ ନନ୍ଦ, ବନମାଳୀ ଜେନା ପ୍ରମୁଖ ମଞ୍ଚାସୀନ ହୋଇ ଉପସ୍ଥିତ ହଜାର ହଜାର ଚାଷୀଙ୍କୁ ଉଦବୋଧନ ଦେଇ ହକ୍ ହାସଲ କରିବାକୁ ଲଢେଇ କରିବା ଉଚିତ୍ ବୋଲି ଆହ୍ୱାନ ଦେଇ ଶାସକଦଳ, ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ନିନ୍ଦା କରିବା ସହ କଂଗ୍ରେସ ଦଳ ଠିକାଦାର ପ୍ରୀତିରେ ସହଯୋଗ କରୁଥିବା ନେଇ ସମାଲୋଚନା କରିଥିଲେ । ଫଳରେ ଉପସ୍ଥିତ ଚାଷୀମାନେ ରଣହୁଙ୍କାର ଦେଇ ରାଜପଥ ଅବରୋଧ କରିବାକୁ ବାହାରିଥିଲେ । ଗୁହାଳିଆ ଛକ ନିକଟରେ ୧୬ନଂ ଜାତୀୟ ରାଜପଥ ଉପରେ ବସିରହି ଅବରୋଧ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାମନଗର ଉପଖଣ୍ଡ ପୁଲିସ ଅଧିକାରୀ ମନୋରଞ୍ଜନ ସାମଲଙ୍କ ନେତୃତ୍ୱରେ ପୁଲିସବାହିନୀ ମାଜିଷ୍ଟ୍ରେଟ ତଥା ତହସିଲଦାର ପ୍ରଣୟ ଜେନା ଚାଷୀଙ୍କୁ ବୁଝାସୁଝା କରି ଆଗାମୀ ବୁଧବାରଠାରୁ ପାଚୋରି ନିର୍ମାଣ କାର୍ଯ୍ୟ ବନ୍ଦ ରଖିାବକୁ ପ୍ରତିଶ୍ରୁତି ଦେବା ପରେ ଅବରୋଧ ପ୍ରତ୍ୟାହୃତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top