ଓଡ଼ିଶା

ପାହାଡ଼ ଧସି ୧୨ ମୃତ ୪ ନିଖୋଜ : ମୃତକଙ୍କ ମଧ୍ୟରେ ୫ ଶିଶୁ

ପାରଳାଖେମୁଣ୍ଡି ୧୨-୧୦ : ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତରେ ତିତଲି ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଏକ ବଡ଼ଧରଣର ଅଘଟଣ ଘଟିଛି। ଖବର ଅନୁଯାୟୀ ପାହାଡ଼ ଧସିଯିବା ଫଳରେ ୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ବେଳେ ୪ ଜଣ ନିଖୋଜ ଥିବାର ଖବର ମିଳିଛି। ସୂଚନାମତେ ତିତ୍‌ଲି ଭୟରେ ୫ଟି ପରିବାରର ୧୬ ଜଣ ଗ୍ରାମ ଛାଡ଼ି ପାହାଡ଼ ଉପରେ ଥିବା ଗୁମ୍ଫାରେ ଆଶ୍ରୟ ନେଇଥିଲେ। ହେଲେ ଦ‌ୁ‌ର୍ଭାଗ୍ୟବଶତଃ ପାହାଡ଼ ଧସିଯିବା ଫଳରେ ଏମାନେ ତଳେ ଚାପି ହୋଇ ସେମାନଙ୍କର ମ଼ତ୍ୟୁ ହେଇଠି। ୧୨ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ୪ ଜଣଙ୍କୁ ଠାବ କରିବା ପାଇଁ ପ୍ରୟାସ ଚାଲିଛି। ମୃତ ବ୍ୟକ୍ତିମାନେ ହେଲେ, ଦିନେଶ ଭୂୟାଁ(୭), ଗାଗନ ଜାନୀ, ମୀନ‌ାକ୍ଷୀ ଶବର (୧୫), ଗଙ୍ଗାଧର ବେହେରା, ଜୟଚନ୍ଦ୍ର ଭୂୟ‌ାଁ, ଚମ୍ପା ଭୁୟାଁ, ସୋମନାଥ ଜାନି, ସୁମିତ୍ରା ଭୂୟାଁ, ଦଣ୍ଡପାଣି ଭୂୟାଁ, ଶ୍ରୀମତୀ ଜାନି, ଲାଲୁ ବେହେରା(୭) ଓ ଜିଞ୍ଜ ଶବର(୭)।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top