ପାସପୋର୍ଟ ସେବା କେନ୍ଦ୍ର ଉଘାଟିତ

କୋରାପୁଟ ୩୧/୫ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମୁଖ୍ୟ ଡାକ କାର୍ଯ୍ୟାୟରେ ଚାଲିଥିବା ପାସପୋର୍ଟ ସେବାକେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ କୋରାପୁଟ ସାସଂଦ ଝିନ୍ନ ହିକକା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। କୋରାପୁଟ ପାସପୋର୍ଟ ସେବାକେନ୍ଦ୍ର ଦ୍ୱାରା କୋରାପୁଟ ଜିଲା ସମେତ ରାୟଗଡା, ନବରଙ୍ଗପୁର ଏବଂ ମାଲକାନଗିରି ଜିଲାବାସୀ ଉପକୃତ ହେବେ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଜିଲାପାଳ ଅନୁପମ ଶାହା, ଏସପି ଚରଣ ସିଂହ ମୀନା,  ଭୁବନଶ୍ୱେର ପାସପୋର୍ଟ କାର୍ଯ୍ୟାଳୟର ବରିଷ୍ଠ ଅଧିକ୍ଷକ ମନୋଜ ମିଶ୍ରା, ପାସପୋର୍ଟ ଅଧିକାରୀ ଡଃ.ଦିଗବିଜୟ ଗିରି, ଚିଫ ପୋଷ୍ଟ ମାଷ୍ଟର ଜେନେରାଲ ଡଃ.ସନ୍ତୋଷ କୁମାର କାମାଇଲା, ପିଏମଜି କର୍ଣେଲ ଜଲେଶ୍ୱର କଅଁର, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର,ଏସଏସପି କୋରାପୁଟ ସୁରେନ୍ଦ୍ରନାଥ ପଣ୍ଡା, ପୋଷ୍ଟ ମାଷ୍ଟର ନିତ୍ୟାନନ୍ଦ ନାଥ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନୀ ସମାରୋହ ପରେ ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ କେନ୍ଦ୍ରମନ୍ତ୍ରୀ ଲୋକଙ୍କୁ ଉଦବୋଧନ ଦେଇ କେନ୍ଦ୍ର ସରକାର ଗରିବଙ୍କ ପାଇଁ କାର୍ଯ୍ୟକାରୀ କରିଥିବା ଯୋଜନାର ଫାଇଦା ନେବାକୁ କହିଥିଲେ। ପ୍ରମୋଦ ପଟନାୟକ ନାମକ ଯୁବକଙ୍କୁ ମନ୍ତ୍ରୀ ଶ୍ରୀ ପ୍ରଧାନ ପାସପୋର୍ଟ ପ୍ରଦାନ କରିଥିଲେ। ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଡାକ ବିଭାଗରେ ବ୍ୟାଙ୍କିଙ୍ଗ ଏବଂ ପାସପୋର୍ଟ ସେବା ପ୍ରଦାନ କରିବା ବ୍ୟବସ୍ଥା କରା ଯିବାରୁ ଡାକ ବିଭାଗ ପୁଣି ଚଳ ଚଂଚଳ ହୋଇ ଉଠିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବକ୍ତବ୍ୟ ରଖିଥିଲେ। ୨୦୧୭ ମାର୍ଚ ୬ତାରିଖରେ କୋରାପୁଟ ପୋଷ୍ଟ ଅଫିସରେ ଆରମ୍ଭ କରା ଯାଇଥିବା ପାସପୋର୍ଟ ସେବାକେନ୍ଦ୍ରରେ ମଇ ୩୧ ମଧ୍ୟରେ ୬୩୧ ଜଣ ବ୍ୟକ୍ତି ପାସପୋର୍ଟ ପାଇଁ ଆବେଦନ କରିଥିବାବେଳେ ୧୫୮ ଜଣଙ୍କୁ ପାସପୋର୍ଟ ପ୍ରଦାନ କରାଯାଇସାରିଛି।

One thought on “ପାସପୋର୍ଟ ସେବା କେନ୍ଦ୍ର ଉଘାଟିତ

Leave a Reply

Your email address will not be published. Required fields are marked *