ପାଲା ମାଧ୍ୟମରେ ସଚେତନତା

ଯାଜପୁର-୧୪/୯(ଓଡିଆ ପୁଅ/ଏ.ରାଉତ) ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଡେଙ୍ଗୁ,ଡାଇରିଆ ମ୍ୟାଲେରିଆ ଆଦି ନିରାକରଣ ପାଇଁ ପାଲା ମାଧ୍ୟମରେ ସଚେତନତା କରାଯାଉଛି । ସେହିପରି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅନୂକୁଲ୍ୟରେ ଜେନାପୁର ଦୁର୍ଗାମଣ୍ଡପ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସାଇ ପାଲା ମଣ୍ଡଳୀ ପକ୍ଷରୁ ପାଲାକାର ରବିନାରାୟଣ କର, ବାୟକ ଦିବାକର ରାଉତ, ମନ୍ଦରଧର ପାତ୍ର, ନରହରି ନାୟକ ଓ ଶରତ ଚନ୍ଦ୍ର ବେହେରା ପ୍ରମୁଖ ଡେଙ୍ଗୁ, ମ୍ୟାଲେରିଆ, ସ୍ୱାଇନଫ୍ଲୁ, ଡାଇରିଆ ଓ ଜଣ୍ଡିସ୍ ଆଦି ରୋଗ ସଚେତନତା ସଂପର୍କରେ ପାଲା ପରିବେଶଣ କରିଥିଲେ । ନିୟମିତ ମାଶାରୀ ଟାଙ୍ଗି ଶୋଇବା, ଫୁଟା ପାଣି ପିଇବା, ଘରର ଆଖ ପାଖରେ ପାଣି ଜମିବାକୁ ନଦେବା ଓ ନଳକୂପ ପାଣି ବ୍ୟବହାର କରିବା ସମ୍ପର୍କରେ ଜନସାଧାରଣ ମାନଙ୍କୁ ସଚେତନତା କରାଯାଇଥିଲା । ଏଥିରେ ଜେନାପୁର ସରପଞ୍ଚ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ସମିତି ସଭ୍ୟ ପିତବାସ ମଲ୍ଲିକ, ସ୍ୱାସ୍ଥ୍ୟକର୍ମୀ ଦେବାଷିଶ ଦାସ, ସାବିତ୍ରୀ ଦାସ,ଅଙ୍ଗନୱାଡି କର୍ମୀ ନଳିନୀପ୍ରଭା ମହାନ୍ତି, ଭାର୍ଗବି ବେହେରା, ହେନରମା ମହାନ୍ତି, ପ୍ରିୟାଶ୍ରୀ ମଲ୍ଲୀକ, ଆଶାକର୍ମୀ କାଚଂନବାଳା ଚାନ୍ଦ, କୁନି ରାଉତ,ନମିତା ମହାନ୍ତି, କ୍ରିଷ୍ଣାନା ଦାସ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *