ଓଡ଼ିଶା

ପାର୍କିଂ ଯାଗା ନଥିଲେ ଉତ୍ସବକୁ ଅନୁମତି ଦିଆଯିବ ନାହିଁ

ପୁରୀ, ୧୨/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ହୋଟେଲ, କଲ୍ୟାଣ ମଣ୍ଡପ, ଲଜିଂ, ଧର୍ମଶାଳାରେ ପାର୍କି ପାଇଁ ଜାଗା ନଥିଲେ ଉତ୍ସବ ଆୟୋଜନକୁ ଅନୁମୋତି ଦିଆଯିବ ନାହିଁ। ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ। ଏସପି ଡାଃ ସାର୍ଥକ ଷଢଙ୍ଗୀ ଏକ ପତ୍ର ମାଧ୍ୟମରେ ସେ ଏହା ଅବଗତ କରାଇଛନ୍ତି। ଏହି ଅନୁମୋତି ପାଇଁ ଥାନା ଅଧିକାରୀ ଘଟଣା ସ୍ଥଳ ଯାଂଚ କରିବ। ଯଦି ପାର୍କି ପାଇଁ ଯାଗା ନାହିଁ ତେବେ ଏହି ସ୍ଥାନରେ ଉତ୍ସବ ଆୟୋଜନ ପାଇଁ ଅନୁମତି ଦିଆଯିବ ନାହିଁ। ଏହି ଆଦେଶ କେବଳ ପୁରୀ ସହର ପାଇଁ ନୁହେଁ ବଂର ସମଗ୍ର ଜିଲ୍ଲା ପାଇଁ ଉଦ୍ଦିଷ୍ଟ ବୋଲି ଜଣାଯାଇଛି। ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ଏହି ନିଷ୍ପତି ଦିଆଯାଇଛି। ନିକଟ ଅତିତରେ ପୋଲିସ ମାଜିଷ୍ଟ୍ରେଟ ବୈଠକରେ ଏ ନେଇ ଗମ୍ଭୀରତା ସହ ଆଲୋଚନା ହେବା ପରେ ଜିଲ୍ଲାପାଳ ନିର୍ଦ୍ଦେଶନା କରିଛନ୍ତି। ପୁରୀ ସହରରେ ଶତାଧିକ କଲ୍ୟାଣ ମଣ୍ଡପ ରହିଛି ଯାହାର ପାର୍କିଂ ସ୍ଥାନ ନାହିଁ। ପାର୍କିଂ ଯାଗା ଦେଖାଇ ପିକେଡିଏ ପ୍ଲାନ ଅନୁମୋଦନ ପାଇବା ପରେ ଏହି ପାର୍କିଂ ଯାଗାକୁ ବ୍ୟବସାୟିକ କାର୍ଯ୍ୟକୁ ବ୍ୟବହାର କରାଯାଇଛି। ପୁରୀ ସହରରେ ଏଭଳି ଶତାଧିକ କଲ୍ୟାଣ ମଣ୍ଡପ ରହିଛି ଯେଉଁ ମାନଙ୍କର ପାର୍କିଂ ବ୍ୟବସ୍ଥା ନାହିଁ। ଫଳରେ ବିବାହ ଋତୁରେ ଏହି ମଣ୍ଡପ ସାମ୍ନାନାରେ ପ୍ରବଳ ଭିଡ ହୋଇଥାଏ। ଟ୍ରାଫିକ ଜାମ ହେବା ସହ ଭୟଙ୍କର ପରିସ୍ଥିତି ଉପୁଜିଥାଏ। ବିଭିନ୍ନ ସମୟରେ ବରିଷ୍ଠ ନାଗରିକ ଓ ଆମ୍ବୁଲାନ୍ସ ଯିବା ସମସ୍ୟା ହୋଇଥାଏ। ଏଭଳି ଅଭିଯୋଗ ବାରମ୍ବାର ହେବା ପରେ ଏହାକୁ ନେଇ ଆଲୋଚନା ହୋଇଥିଲା। ପୁଲିସ ମାର୍ଜିଷ୍ଟ୍ରେଟ ବୈଠକରେ ଏନେଇ ନିଷ୍ପତି ହୋଇଥିଲା। ଯେଉଁମାନେ ଏହି ଉତ୍ସବ ଆୟୋଜନ ପାଇଁ ସ୍ୱିକୃତି ଆବେଦନ କରିବେ ସେହି ଯାଗାକୁ ସେହି ଯାଗାକୁ ପୋଲିସ ଅନୁଧ୍ୟାନ କରିବା ପାର୍କିଂ ଯାଗା ନଥିଲେ ସ୍ୱିକୃତୀ ଦେବ ନାହିଁ। ଯଦି କେହି ପାର୍କିଂ ଯାଗା ନଥାଏ ବିନା ସ୍ୱିକୃତିରେ ଉତ୍ସବ ଆୟୋଜନ କଲା ତେବେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଦେଶ ରହିଛି। ତେବେ ଏହି ଆଦେଶରେ କେତେକ ଗଳାବାଟ ରହିଛି। ଆଦେଶ ପତ୍ରରେ ଲେଖା ଯାଇଛି କି ପାର୍କିଂ ପାଇଁ ଯଥେଷ୍ଟ ଯାଗା ନ ଥିଲେ ସ୍ୱିକୃତି ମିଳିବ ନାହିଁ। କିନ୍ତୁ ଯଥେଷ୍ଟ ଯାଗା ଯେ କେତେ ପରିମାଣ ବିଶିଷ୍ଟ ତାହା ଉଲ୍ଲେଖ ହୋଇନାହିଁ। କିମ୍ବା ଏ ବାବଦରେ ପୁଲିସ ପାଖରେ ମଧ୍ୟ ସୂଚନା ନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top