ପାରୁଛ ଯଦି ଫେରିଆସ…..

-ପ୍ରଶାନ୍ତ କୁମାର ବେହେରା

ତୁମର ସବୁ ଛଳନାରେ
ହରାଇଛି ମୋର ନୀତି ଓ ଆଦର୍ଶ॥

ସବୁ ବାହାନା ଆଗରେ ତୁମର
ଜଳାଞ୍ଜଳି ଦେଇଛି ସବୁ ମହତ୍ତ୍ୱକୁ ମୋର॥

ଆଉ ତୁମ ପ୍ରତାରଣା ଆଗରେ
ସମର୍ପି ଦେଇଛି ମୋର ସବୁ ମର୍ଯ୍ୟାଦାକୁ॥

ତୁମର ସବୁ ଛଳନା, ବାହାନା ଓ ପ୍ରତାରଣାରେ
ହୋଇଛି ମୁଁ ପଥଭ୍ରଷ୍ଟ, ଉଦଭ୍ରାନ୍ତ ଓ ବିଶୃଙ୍ଖଳ॥

ହରାଇ ଦେଇଛି ତୁମ ମିଛ ସାନ୍ନିଧ୍ୟରେ
ମୋ ନିଜର ସମସ୍ତ ମାନବୀୟ ଗୁଣବତ୍ତା॥

ତୁମର ମୋହାବିଷ୍ଚ ଚେନାଏ ହସରେ
ପାଇଥିଲି ଶାନ୍ତି, ତୃପ୍ତି ଆଉ ସବୁକିଛି॥

ଏମିତି କ’ଣ ଦିଆଯାଏ ବିଷ
ମୋ ପରି ଅସହାୟ, ନିରୁପାୟ ଆଉ ସରଳ ଲୋକଟିକୁ ?

କୁହାଯାଏ ପରା
ପ୍ରେମରେ ଥାଏ ସମର୍ପଣ
ଆଉ ଦୁଇଟି ଆତ୍ମାର ମିଳନ॥

ତଥାପି ଏବେବି ସନ୍ତୁଳି ହେଉଛି
ତୁମ ପ୍ରେମ ଆଶ୍ଲେଷରେ
ଅବୈଧ ସ୍ୱପ୍ନ ମାନଙ୍କୁ ସାଙ୍ଗରେ ଧରି॥

ପାରୁଛ ଯଦି ଫେରିଆସ ଏବେ
ଗଢିବା ନୂଆକରି ଆମ ପ୍ରେମର
ସୁନ୍ଦର ତାଜମହଲଟିଏ॥

ଅଧ୍ୟାପକ
ପ୍ରଶାନ୍ତ କୁମାର ବେହେରା,
ରାଜନୀତି ବିଜ୍ଞାନ
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର।

Leave a Reply

Your email address will not be published. Required fields are marked *