ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗା ଗ୍ରାମରେ ଦୁଇଟି ପରିବାର ମଧ୍ୟରେ ବିବାଦରୁ ମାଡପିଟ ଘଟି ୫ଜଣ ଆହତ ହୋଇଛନ୍ତ। ପୂର୍ବରୁ ଗତ ୩୧ ତାରିଖରେ ସଙ୍ଗଠିତ ଗଣ୍ଡଗୋଳରେ ୪ଜଣ ଆହତ ହୋଇଥିବାର ସୂଚନା ମିଳିଛି। ଖବର ଅନୁଯାୟୀ, ଗାଁର ଦୁର୍ଯ୍ୟୋଧନ ରାଉତ ଓ ମହେନ୍ଦ୍ର ରାଉତଙ୍କ ପରିବାର ମଧ୍ୟରେ ବିବାଦ ଥିଲା। ଗତ ୩୧ ତାରିଖରେ ଏଥିନେଇ ଗଣ୍ଡଗୋଳ ଘଟି ୪ଜଣ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ମହେନ୍ଦ୍ରଙ୍କ ପୁତୁରା କୈଳାସ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ପୁନର୍ବାର ଗଣ୍ଡଗୋଳ ଘଟି ୫ଜଣ ଆହତ ହୋଇଛନ୍ତି। ଏଥିନେଇ ଥାନାରେ ଦୁଇଟି ପୃଥକ ଅଭିଯୋଗ ପତ୍ର ଦାଖଲ ହୋଇଛି। ଆହତ ୯ଜଣ ହେଲେ ମହେନ୍ଦ୍ର ରାଉତ୍, ଗଙ୍ଗାଧର, ରାଉତ, ରାଧାକାନ୍ତ ରାଉତ୍, ମଞ୍ଜୁଲତା ରାଉତ୍, ଶାନ୍ତିଲତା ରାଉତ୍, କମଳା ରାଉତ୍, ଭଗବାନ ରାଉତ୍, ଭାନୁମତୀ ରାଉତ୍ ଓ ଦୁର୍ଯ୍ୟୋଧନ ରାଉତ।

Loading...