ଓଡ଼ିଶା

ପାରିବାରିକ କଳହ ରୁ କ୍ଲୋରକୁଇନ ଟାବେଲ୍ଟ ଖାଇ ଫାର୍ମାସିଷ୍ଟ ର ଆତ୍ମହତ୍ୟା

ମାଲକାନଗିରି, ୨୪ା୮ (ଓଡିଆ ପୁଅ ) ଗାଁ ଗାଁ ବୁଲି ରୋଗୀଙ୍କୁ ଚିକିତ୍ସା କରି ଔଷଧ ଦେଇ ଭଲକରୁଥିବା ଜଣେ କ୍ୱାକ (ଗାଁ ଡାକ୍ତର) ନିଜେ ସେହି ଔଷଧ ଖାଇ ଆତ୍ମ ହତ୍ୟାକରିବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ଚର୍ଚାରବିଷୟ ପାଲଟିଛି। ପାରିବାରିକ କଳହ ଯୋଗୁଁ ନିଜର ମାନସିକ ଭାରସାମ୍ୟ ହରାଇ ଫର୍ମାଶିଷ୍ଟ ପଢିବାସହ କ୍ୱାକ କାମକରୁଥିବା ଯୁବକ ନିଜେ କ୍ଲୋରକୁନ ଟାବେଲ୍ଟ ଖାଇ ଆତ୍ମହତ୍ୟା କରିଛନ୍ତି।କାଲିମେଳା ଥାନାସ୍ଥ ଏମଭି୭୩ଗ୍ରାମର ଅର୍ଜୁନସରକାର ଙ୍କ ପୁଅ ଅଜିତସରକାର(୩୦) ଫାର୍ମାସିଷ୍ଟ ପାଠପଢିବା ସହିତ ସେ ଗାଁରେ କ୍ୱାକ କାମକରିଥାନ୍ତି। ସେ ବିବାହିତ ତାଙ୍କର ସ୍ତ୍ରୀ ବିଶାଖାସରକାର, ଗୋଟିଏ ପୁଅ ଗୋଟିଏ ଝିଅ।ବାପାଙ୍କ ବୟସ ହୋଇଯାଇ ଥିବାରୁ ଅଜିତ ବିଭିନ୍ନ ଗାଁ ଗାଁ ବୁଲି କ୍ୱାକ କାମକରି ଯାହା ରୋଜଗାର କରିଥାନ୍ତି ସେଥିରେ ବପା, ମା ଙ୍କ ସହିତ ନିଜପରିବାର ଦୁଃଖ କଷ୍ଟରେ ଚଳିଯାଇଥାନ୍ତି। ଘରେ ଆର୍ଥିକ ଅନାଟନ ଲାଗିରହୁଥିବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସମୟରେ ଝଗଡା ଲାଗିଥାଏ। ଏହି ଝଗଡା ଗତକାଲି ଉଗ୍ର ରୁପନେଇଥିଲା।ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିଥିବାରୁ ବପା ମା ଓ ଗ୍ରାମବାସୀ ବାସୀ ମାନେ ବହୁତ ବୁଝାଇ ସେମାନଙ୍କ ମଧ୍ୟରେ ସମାଧନ କରିଥିଲେ। ଗତକାଲି ରାତ୍ରରେ ସମସ୍ଥେ ଖାଇପିଇ ଶୋଇଗଲା ପରେ ହଟାତ ଅଜିତ ବାନ୍ତି କରି ଚିତ୍କାର କରିଥିଲେ . ପାଖରେ ଥିବା ପରିବା ଲୋକେ କଣହେଲା ବୋଲି ଦେଖିବା ବେଳକୁ ଅଜିତ ବାନ୍ତି କରି ଅଚେତ ହୋଇପାଡିଛନ୍ତି। ତାଙ୍କ ନିକଟରେ କ୍ଲୋରକୁଇନ ଟ୍ୟାବେଲ୍ଟ ଜରି ଅନେକ ପଡିଛି।ପରିବାର ଲୋକୋ ସଙ୍ଗେ ସଙ୍ଗେ ରାତ୍ରରେ କାଲିମେଳା ଡାକ୍ତର ଖାନାକୁ ନେଇ ଚିକିତ୍ସା କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ଜିଲ୍ଲାହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାଲକାନଗିରି ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋରୁ ଅଜିତଙ୍କର ମୃତ୍ୟୁଘଟିଛି। ଏ ସଂପର୍କରେ ଏମଭି୭୯ ଥାନା ପୁଲିସ ଜାଣିବା ପରେ ମେଡିକାଲରେ ପହଁଚି ମୃତ ଶରୀର ଯବତ କରି ଶବବ୍ୟବଛେଦ ପାଇଁ ପଠାଇ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି। ଅଜିତଙ୍କ ମୃତ୍ୟୁରେ ତାଙ୍କପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି। ଅଜିତ ଘରକୁ ଏକମାତ୍ର ରୋଜଗାରିଆ ଥିବାରୁ ପରିବାରରେ ବାପା, ମା, ସ୍ତ୍ରୀ ପିଲାଛୁଆ ମାନେ ନିରୁପାୟ ହୋଇପଡିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top