ଅପରାଧ

ପାରିବାରିକ କଳହକୁ ନେଇ ସ୍ବାମୀ ସ୍ତ୍ରୀକୁ ହତ୍ୟା କରି ବେକରେ ଦଉଡି ଲଗାଇ ଗଛରେ ଟାଙ୍ଗି ଦେଇଥିବାର ଥାନାରେ ଅଭିଯୋଗ

ହରିଚନ୍ଦନପୁର, ତା ୧୪ ଜୁନ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଅଁରପୁର ଗ୍ରାମର ଗେଙ୍ଗୁଠି ସାହିର ବିଦେଶୀ ମୁଣ୍ଡା ଗତ ବୁଧବାର ବିଳମ୍ବିତ ରାତିରେ ସ୍ତ୍ରୀ ରାଇମଣ ମୁଣ୍ଡା(୩୫)କୁ ହତ୍ୟା କରି ବେକରେ ଦଉଡି ଲଗାଇ ଗଛରେ ଟାଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। ସୂଚନା ମୁତାବକ ସ୍ବାମୀ ବିଦେଶୀ ସ୍ତ୍ରୀ ରାଇମଣଙ୍କ ସାଙ୍ଗରେ ପୂର୍ବରୁ ଅନେକ ଥର ଝଗଡ଼ା ସୃଷ୍ଟି କରିଥିବାର ଜଣାପଡିଛି। କିଛି ଦିନ ପୂର୍ବରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ଥର ଝଗଡ଼ାକୁ ନେଇ ରାଇମଣ ରାଗିଯାଇ ବାପ ଘରକୁ ଚାଲିଯାଇଥିଲେ। ଗତ ମଙ୍ଗଳବାର ଦିନ ସକାଳୁ ଛୋଟ ଛୋଟ ଛୁଆମାନଙ୍କୁ ସାଙ୍ଗରେ ନେଇ ବିଦେଶୀ ଜୟପଶି ଶଶୁର ଘରକୁ ଯାଇଥିଲେ। ରାଇମଣକୁ ବୁଝାଇସୁଝାଇ ଘରକୁ ଆଣିଥିବାର ପରିବାରର ଲୋକମାନେ ଜଣାଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ବିଦେଶୀ କିଛିଦିନ ହେବ ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାକୁ ନେଇ ରାଇମଣଙ୍କ ସହ ଅନେକ ସମୟରେ ସେହି କଥା ପାଇଁ ଝଗଡ଼ା ସୃଷ୍ଟି ହେଉଥିଲା।ବାରମ୍ବାର ଝଗଡ଼ା ହେବାପରେ ସ୍ବାମୀ ରାଗିଯାଇ ରାଇମଣଙ୍କ ହତ୍ୟା କରିଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ରାଇମଣଙ୍କ ହତ୍ୟା ବାବଦରେ ପରିବାର ଲୋକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଖବର ଜାଣିବା ପରେ ଥାନାକୁ ଖବର ଦେଇଥିଲେ। ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ଅଧିକରୁ ଅଧିକ ତଦନ୍ତ ଚଳାଇଥିବାର ଜଣାପଡିଛି। ବିଦେଶୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସହ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ଚଳାଇଥିବାର ପୋଲିସ ଅଧିକାରିଣୀ ବନିତା ମାଝୀ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top