ପାରିବାରିକ ଓ ସାମାଜିକ ଜୀବନରେ ଭାଷାର ବହୁଳ ପ୍ରୟୋଗ ଆବଶ୍ୟକ ଉକ୍ରଳ ସମ୍ମିଳନୀ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଉକ୍ରଳ ଦିବସ ପାଳିତ

ଭଦ୍ରକ, ୧ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକାଳୀ ମନ୍ଦିର ଶିଳାଲେଖରୁ କିମ୍ବା ଶମ୍ଭୁଯଶଙ୍କ ତାମ୍ବ୍ରଲିପିରୁ ଓଡିଆ ଭାଷା ଉତ୍ପତ୍ତି ହୋଇଛି ବୋଲି ଗବେଷକମାନେ ମତବ୍ୟକ୍ତ କରିଛନ୍ତି । ଏତଦ୍ବ୍ୟତୀତ ଓଡିଆ ବର୍ତ୍ତୃଳାକାର ବର୍ଣ୍ଣରୀତି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଚକ୍ଷୁ ଅଙ୍କନରୁ ଆରମ୍ଭ ହୋଇଛି, ଯାହା ବ୍ରହ୍ମା, ବିଷ୍ଣୁଓ ମହେଶ୍ୱର କହି ଆମ ପିଲାମାନେ ପାଠପଢା ଆରମ୍ଭ କରିଥାନ୍ତି । ଓଡିଆ ଭାଷା ଆମ୍ଭର ନାହିନାଡି ସହିତ ସଂପୃକ୍ତ । ଆଜି ଅମା ଭାଷାର ବ୍ୟାବହାରିକ ଦିଗ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କାରଣ ଲୋକ ସଂସ୍କୃତି ମଧ୍ୟ ଦେଇ ଗୋଟିଏ ଭାଷାର ସଠିକ ପ୍ରୟୋଗ ହୋଇଥାଏ । ଏଣୁ ଉକ୍ରଳ ସମ୍ମିଳନୀର ଆଜିର ଆହ୍ୱାନ ପାରିବାରିକ ଓ ସାମାଜିକ ଜୀବନରେ ଭାଷାର ବହୁଳ ପ୍ରୟୋଗ । ଲୋକଭାଷାର ବ୍ୟାପକତାରେ ଓଡିଆ ଭାଷା ବ୍ୟାବହାରିକ ସାର୍ଥକତା ଲାଭ କରିବ ବୋଲି ବିଶିଷ୍ଟ ଗବେଷକ ପ୍ରଫେସର ଡ. ବାବାଜୀ ଚରଣ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଉକ୍ରଳ ସମ୍ମିଳନୀ ଭଦ୍ରକ ଶାଖା ପକ୍ଷରୁ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ୮୩ତମ ଉକ୍ରଳ ଦିବସ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ଡ. ଝରଣା ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର ଯୋଗ ଦେଇ ଓଡିଆ ଜାତି ଜାଗରଣ ପାଇଁ ଅତୀତର ପ୍ରୟାସ ବର୍ତ୍ତମାନ ପାଇଁ ପ୍ରେରଣା ହେଉ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଶ୍ରୀଜଗନ୍ନାଥ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳ ସଚିବ ଡ. ପଟ୍ଟନାୟକ ଭାଷା ଓ ଜାତି ହିଁ ମଣିଷର ଅସ୍ମିତା ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ କେନ୍ଦ୍ରୀୟ ଉକ୍ରଳ ସମ୍ମିଳନୀ ସଂପାଦକ ଅନନ୍ତ ଚରଣ ଜେନା ଯୋଗ ଦେଇ ସମ୍ମିଳନୀୟ ସମୀକ୍ଷା କରିଥିଲେ । ଶାଖା ସଂପାଦକ ଅଜୟ ନାୟକ ସଂପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ସଦସ୍ୟା ଡ. ରାଧାରାଣୀ ମହାପାତ୍ର ପ୍ରାରମ୍ଭିକ ଅଭିଭାଷଣ ଓ ଅଧିବକ୍ତା ଗିରିଧାରୀ ନାଥ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ବକ୍ତା ଭାବେ ଘାସଫୁଲର ସଂପାଦକ ବିଷ୍ଣୁ ସେଠୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ପି. ହୃଷିକେଶଙ୍କ କବିତା ଗ୍ରନ୍ଥ ‘ଚେତନାର ଚିତ୍ରଶାଳା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପ୍ରାଧ୍ୟାପିକା ପ୍ରଭାତ ନଳିନୀ ମହାପାତ୍ର ମଧୁସୂଦନଙ୍କ,  ଆଇନ୍ଜୀବୀ ଯତୀନ୍ଦ୍ର ମୋହନ ମହାନ୍ତି ବା‚ାନିଧିଙ୍କ ଓ ମିଡିଆ ସେଲ୍ର ଚେୟାରମେନ୍ ତଥା କବି ପ୍ରମୋଦ ରାୟ ସ୍ୱରଚିତ କବିତା ପାଠ କରିଥିଲେ । ଗାନ୍ଧି ଓଡିଶା ଗାଳାଶ୍ରମର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଂଗୀତ ‘ବନେ୍ଦ ଉକ୍ରଳ ଜନନୀ’ ଗାନ କରିଥିଲେ । ପ୍ରାରମ୍ଭରେ ଭଦ୍ରକ ଶାଖାର ଦିବଂଗତ ସଭ୍ୟମାନଙ୍କ ଉଦେ୍ଦଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ବିଶିଷ୍ଟ ଶିକ୍ଷାବିତ୍ ସଦାଶିବ ନାୟକ, ପଣ୍ଡିତ ସଦାନନ୍ଦ ଦୀକ୍ଷିତ ଓ ସଦାନନ୍ଦ ସାହୁ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏସ୍.ଏମ୍. ଫାରୁକ, ଅମର କୁମାର ବାରିକ, ଅନାଦି ଦାସ, ବାବୁଲାଲ ଦାସ, ରବିନ୍ଦ୍ର ବେହୁରିଆ, ଅଧ୍ୟାପକ ବିଶ୍ୱରଂଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂଗଠନ ସଂପାଦକ ଚର୍ଚ୍ଚିକା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *