ଓଡ଼ିଶା

ପାରାଲିସିସ ସାଙ୍ଗକୁ ଦୁଇଟି କିଡନୀ ଅଚଳ ; ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଶିକ୍ଷିତ ବେକାର ଯୁବକ; ଚିକିତ୍ସାପାଇଁ ଅର୍ଥ ସାଜିଛି ବାଧକ

ଯାଜପୁର-୨୭/୮(ଓଡିଆ ପୁଅ/ଏ.ରାଉତ) ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଶିକ୍ଷିତ ଯୁବକମାନେ ନିଯୁକ୍ତିକୁ ନେଇ କେତେ କେତେ ସ୍ୱପ୍ନ ଦେଖିଥିଲେ। ଏକ ଲକ୍ଷ ଟଙ୍କା ପୁଞ୍ଜି ବିନିମୟରେ ଭାରତର ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ଗଢ଼ି ଉଠିଥିବା ଏକ ଡଜନରୁ ଅଧିକ ଶିଳ୍ପରେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ମିଳିବବୋଲି ସ୍ଥାନୀୟ ଶିକ୍ଷିତ ଯୁବକମାନେ ଯେଉଁ ଅଶା ବାନ୍ଧିଥିଲେ ଏବେ ସେସବୁ ଦିବା ସ୍ୱପ୍ନ ପାଲଟିଯାଇଛି। ଜୀବନସାରା ବେକାରୀ ରହିବା ଚିନ୍ତାରେ ବ୍ୟାସନଗର ପୌର ପରିଷଦର ୭ ନମ୍ବର ୱାର୍ଡ ଧବଳଗିରିରେ ରହୁଥିବା ଜଣେ ଶିକ୍ଷିତ ଯୁବକ ରୋଗଗ୍ରସ୍ତ ହୋଇ ବିତାଉଥିବା ଜୀବନର କରୁଣ ଚିତ୍ର ଦେଖିଲେ ବୁଝାପଡୁଛି ଶିଳ୍ପାଂଚଳରେ ନିଯୁକ୍ତିର ବାସ୍ତବ ଚିତ୍ର। ପ୍ରଦ୍ୟୁମ୍ନ ରାଉତ(୪୦) ନାମକ ଜଣେ ମେଧାବୀ ଛାତ୍ର ଗ୍ରାଜୁଏସନ୍ ପରେ ଚାକିରୀ ଅନ୍ୱେଷଣରେ ଏ ଶିିଳ୍ପ ରୁ ସେ ଶିଳ୍ପ ବୁଲି ବୁଲି ଶେଷରେ ଚାକିରୀ କରିବା ବୟସ ଅତିକ୍ରାନ୍ତ ହୋଇଗଲା। ଏହି ଚିନ୍ତାରେ ସବୁବେଳେ ନିମଗ୍ନ ରହୁଥିବା ପ୍ରଦ୍ୟୁମ୍ନଙ୍କୁ ୨୦୧୪ ମସିହାର ଏକ ଶିତୁଆ ସକାଳରେ ବ୍ରେନ୍ ଷ୍ଟ୍ରୋକ ହେଲା। ତୁରନ୍ତ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇ ଦୀର୍ଘ ୧୫ ଦିନ ଚିକିତ୍ସା ପରେ ଜଣାପଡିଲା ତାଙ୍କର କିଡନୀ ଦୁଇଟି କ୍ଷତିଗ୍ରସ୍ତ ହୋଇଛି। ସାଙ୍ଗ ସାଥୀ ବନ୍ଧୁ ବାନ୍ଧବଙ୍କୁ ଧାର ଉଧାର କରି ଦୀର୍ଘ ଦିନ ଚିକିତ୍ସା କରିବାପରେ ପ୍ରଦ୍ୟୁମ୍ନଙ୍କ ସ୍ୱାସ୍ୟ୍ଥ୍ରବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଲାନାହିଁ। ଶେଷରେ ଜଣାପଡିଲା ତାଙ୍କର ଦୁଇଟି ଯାକ କିଡିନୀ ଅଚଳ ହୋଇ ପଡିଛି। ପ୍ରଦ୍ୟୁମ୍ନଙ୍କ ବାପା ଜଣେ ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇଥିିବାବେଳେ ତାଙ୍କରି ପେନସନ ଟଙ୍କାରେ ଚଳେ ସଂପୂର୍ଣର୍ ପରିବାର। ପରିବାର କହିଲେ ରୋଗୀଣା ବାପା, ମାଆ ଗୋଟିଏ ଭଉଣୀ ସାଙ୍ଗକୁ ପ୍ରଦ୍ୟୁମ୍ନଙ୍କ ପତ୍ନୀ ଓ ନବମ ଶ୍ରେଣୀରେ ପଢ଼ୁଥିବା ଝିଅ। ଏହି ଛଅ ଜଣିଆ ପରିବାର ଅଭାବ ଅନଟନରେ ଚଳୁଥିବାବେଳେ ଏତିକିବେଳେ ପରିବାରର ଏକମାତ୍ର ଶିକ୍ଷିତ ପୁଅ ପାରାଲିସିସରେ ଆକ୍ରାନ୍ତ ହୋଇ ବିଛଣାରେ ପଡିଲେ। ଓଳିଏ ଖାଇଳେ ଓଳିଏ ଉପାସ ରହୁଥିବା ଏହି ପରିବାରପାଇଁ ଚିକିତ୍ସାର ଏକମାତ୍ର ମାଧ୍ୟମ ହେଉଛି ବ୍ୟୟବହୁଳ ଡାଏଲୋସିସ୍। ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରଦ୍ୟୁମ୍ନଙ୍କ ବ୍ୟୟବହୁଳ ଚିକିତ୍ସା ପାଇଁ ସାରା ପରିବାର ଭାଙ୍ଗି ପଡିଛନ୍ତି। ଚିକିତ୍ସାପାଇଁ ପାଖରେ ଟଙ୍କାଟିଏ ନଥିବାବେଳେ ଏନେଇ ଯାଜପୁର ଜିଲା ରେଡକ୍ରସ ପାଂଠିରୁ ମାତ୍ର୧୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ଯାହା ସମୁଦ୍ରକୁ ଶଂଖେ ସଦୃଶ। ଏପଟେ ପ୍ରଦ୍ୟୁମ୍ନଙ୍କ ଏକମାତ୍ର ଝିଅ ନବମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ବାପାଙ୍କ ଏଭଳି ଅବସ୍ଥା ସାଙ୍ଗକୁ ଆର୍ଥିକ ଅନାଟନର କରାଳ ରୂପ ଦେଖି ସେ ଆଉ ପାଠ ପଢ଼ି ପାରିବ କି ନାହିଁ ସେ ନେଇ ସଂଶୟରେ ପଡିଛି। ପତ୍ନୀଙ୍କ ଆଖିରୁ ଅନବରତ ଅମାନିଆ ଲୁହ ବହି ଚାଲିଥିବାବେଳେ ଭାଗ୍ୟକୁ ଆଦରି ରୋଗୀଣା ପତି ପ୍ରଦ୍ୟୁମ୍ନଙ୍କ ପାଖରେ ଦିନରାତି ବସି ସେବା ଯୋଗାଇବା ସହ ସରକାରୀ ଆର୍ଥିକ ସହାୟତାକୁ ଚାତକ ପରି ଚାହିଁ ବସିଛନ୍ତି। ସାଙ୍ଗ ସାଥୀ, ବନ୍ଧୁବାନ୍ଧବଙ୍କ ସହଯୋଗରେ ଆଜି ପର୍ଯ୍ୟନ୍ତ ଚାଲି ଆସୁଥିବାବେଳେ ଏଣିକି ଆଗକୁ ଆଉ ଚଳିବା ସମ୍ଭବ ହେଉନାହିଁବୋଲି ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି ପତ୍ନୀ ସଂଘମିତ୍ରା। ରୋଗୀଣା ମାଆ କାଂଚନବାଳା ମଧ୍ୟ ପୁଅର ଏହି ଦୁଃଖ ଆଉ ଦେଖିପାରୁନିବୋଲି କହି ଦିନରାତି କାନ୍ଦୁଛି। ଏଭଳି ପରିସ୍ଥିତିରେ ପ୍ରଦ୍ୟୁମ୍ନଙ୍କ ପରିବାରକୁ ସରକାରୀ ସହାୟତା ସହ କୌଣସି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ ହୁଏତ ଏହି ପରିବାରର ଦୁଃଖ କିଛିଟା ଲାଘବ ହୋଇ ପାରନ୍ତାବୋଲି ତାଙ୍କ ପରିବାର ଆଶା ବାନ୍ଧିଛନ୍ତି। ଉପଯୁକ୍ତ ଫୋରମରେ ଆବେଦନ କଲେ ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶିରୁ ଆର୍ଥିିକ ସାହାଯ୍ୟ ଯୋଗାଇ ଦିଆଯିବବୋଲି ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ମତବ୍ୟକ୍ତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top