ପାରାଲିଗାଲ ସ୍ୱେଚ୍ଛାସେବୀଙ୍କ ପ୍ରଶିକ୍ଷଣ କର୍ମଶାଳା

ଭଦ୍ରକ,୨୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଜିଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ ନୂତନ ପାରାଲିଗାଲ କର୍ମୀଙ୍କୁ ଅଭିମୂଖୀକରଣ ଆଧାରିତ ତି୍ରଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲା ଦୌରାଜଜ୍ ତଥା ଜିଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଶୋଭନ୍ କୁମାର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ତି୍ର-ଦିବସୀୟ କର୍ମଶାଳାକୁ ଆଇନ ସେବା ପ୍ରାଧିକରଣର ସଚିବ ଅପର୍ଣ୍ଣା ମହାପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ପରିବାର ଅଦାଲତ ବିଚାରପତି ପ୍ରତାପ କୁମାର ପାତ୍ର, ଅତିରିକ୍ତ ଦୌରାଜଜ୍ ଅନୁପ୍ କୁମାର ଚନ୍ଦନ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ମହଲତ ସ ଙ୍କ ସମେତ ହିମାଂଶୁ ଶେଖର ସିଂ, ଲୋପାମୁଦ୍ରା ମଲ୍ଲ, ଜନକ ରାଉତ, ଶୁଭଗୌତମ ମିଶ୍ର, ଜନ୍ମେଞ୍ଜୟ ଦାସ ପ୍ରମୁଖ ବିଚାରପତି ଗଣ ଯୋଗଦେଇ ବିଭିନ୍ନ ଆଇନ ବିଷୟରେ ପାରାଲିଗାଲ କର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବିଷୟ ବିଷାରଦ ବରିଷ୍ଠ ଆଇନଜୀବୀ ନିରାକାର ଜେନା, ପର୍ଶୁରାମ ଦ୍ୱିବେଦୀ, ତୁଷାରକାନ୍ତ ଜେନା ରାଜୀବ ବାରିକଙ୍କ ସମେତ ଜିଲା ଶିଶୁ ସୁରକ୍ଷା ୟୁନିଟ୍ର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ଶିଶୁ ଅଧିକାର ସମ୍ବନ୍ଧରେ କର୍ମଶାଳାରେ ଆଲୋକପାତ କରିଥିଲେ । କର୍ମଶାଳାକୁ ପରିଚାଳନା କରିବାରେ ଆଇନସେବା ପ୍ରାଧିକରଣର କର୍ମୀ ରବୀନ୍ଦ୍ର ପାଢି, ସରୋଜିନୀ ବେହେରା, ବିଭଳା ରାଉତରାୟ, ଆଦିକନ୍ଦ ବେହେରା ଏବଂ ବିଶ୍ୱରଞ୍ଜନ ବାରିକ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *