ଗଜପତି

ପାରଳାଖେମୁଣ୍ଡି ସବ-ଡିଭିଜନ ପୁରଷ୍କୃତ

ପାରଳାଖେମୁଣ୍ଡି, ୨୩ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଦ୍ୟୁତ ସବ-ଡିଭିଜନ ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ପୁରଷ୍କୃତ ହୋଇଛି। ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପାରଳାଖେମୁଣ୍ଡି ସବ-ଡିଭିଜନ ପକ୍ଷରୁ ଏସଡିଓ ଅଭିଷେକ ରଥ ରାଜ୍ୟ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଠାରୁ ଏହି ପୁରଷ୍କାର ଗ୍ରହଣ କରିଛନ୍ତି। ପ୍ରତିବର୍ଷ ଜାନ୍ତ୍ରିକ ଏବଂ ବାଣିଜ୍ୟିକ କ୍ଷେତ୍ରରେ ଯେଉଁ ସବ- ଡିଭିଜନ ଅଧିକ ସଫଳ ହୁଏ ସେହି ସବ-ଡିଭିଜନକୁ ଏହି ପୁରଷ୍କାର ପ୍ରଦାନ କରାଯାଇଥାଏ। ବିଗତ ବର୍ଷ ଯାନ୍ତ୍ରିକ ଏବଂ ବାଣିଜ୍ୟିକ କ୍ଷେତ୍ରରେ ପାରଳାଖେମୁଣ୍ଡି ସବ-ଡିଭିଜନ ୧୭ଶତକଡା କ୍ଷତି ସହିଥିବା ବେଳେ ଚଳିତ ବର୍ଷ ତାହା କମି ୧୧ଶତକଡାରେ ପହଞ୍ଚିଥିବାରୁ ଏହି ପୁରଷ୍କାର ମିଳିଛି। ଯାନ୍ତ୍ରିକ କ୍ଷେତ୍ର ଅର୍ଥାତ ବିଭିନ୍ନ ସ୍ଥାନରେ ହେଉଥିବା ବିଦ୍ୟୁତ ଚୋରିକୁ ରୋକିବା ଏବଂ ଅର୍ଥ ପୈଠ ଅନୁଯାଇ ସଠିକ ପରିମାଣର ବିଦ୍ୟୁତ ଯୋଗାଇବା ଇତ୍ୟାଦିକୁ ବୁଝାଇଥାଏ। ସେହିପରି ବାଣିଜ୍ୟିକ କ୍ଷେତ୍ର ଅର୍ଥାତ ବିଦ୍ୟୁତ ବିଲଗୁଡିକ ଗ୍ରାହକମାନଙ୍କ ଠାରୁ ସଠିକ ଭାବେ ଆଦାୟ କରିବାକୁ ବୁଝାଇଥାଏ। ଏହି ୨ଟି କ୍ଷେତ୍ରରେ ସଫଳତା ହାସଲକରି ପାରଳାଖେମୁଣ୍ଡି ସବ-ଡିଭିଜନ ପୁରଷ୍କାର ହାସଲ କରିଛି। ସାଉଥକୋ ଅଧିନରେ ଥିବା ୫ଗୋଟି ସବ-ଡିଭିଜନ ମଧ୍ୟରୁ ପାରଳାଖେମୁଣ୍ଡି ପୁରଷ୍କୃତ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top