କୋରାପୁଟ

ପାପଡାହାଣ୍ଡି ରାସ୍ତା ଦୁର୍ଘଟଣା ; ଗୁରୁତର କୋରାପୁଟ ଡାକ୍ତରଖାନାରେ ଭର୍ତି

କୋରାପୁଟ ; ତା୧୪-୦୬-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଜାମ୍ବୁଗୁଡା ଛକଠାରେ ହୋଇଥିବା ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ କୋରାପୁଟ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି।ଗତକାଲି ସାଂକେଲ ଯୋଗେ ବଣୁଆଗୁଡାର ଲଛନ ଭତ୍ରା(୬୪) ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଜାମ୍ବୁଗୁଡାଛକ ନିକଟରେ ଏକ ମଟସାଇକେଲ ଧକ୍କା ଦେଇଥିଲା।ପ୍ରଥମେ ପାପଡାହାଣ୍ଡି ଡାକ୍ତରଖାନାରେ ଭର୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାଜ୍ଲେ ଭର୍ତି କରାଯାଇଥିଲା।ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ବୋଲି ସ୍ତ୍ରୀ ହିରାମଣି ଭତ୍ରା ପ୍ରକାଶ କରିଥିଲେ।କୋରାପୁଟରେ ଲଛନ ଅଚେତ ଅବସ୍ଥାରେ ରହିଥିବା ବେଳେ ଆଜି ସିଟିସ୍କାନ କରାଯାଇଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top