ପାନୀୟ ଜଳର ଅପବ୍ୟବହାର

ତିର୍ତ୍ତୋଲ, ୨୨.୦୬ (ଓଡ଼ିଆ ପୁଅ/ଟୁକନ ସେଠୀ)- ପାନୀୟ ଜଳ ପାଇଁ କେତେକ ସ୍ଥାନରେ ମହିଳା ମାନେ ଲମ୍ବା ଧାଡି ଦେବାକୁ ପଡୁଥିବା ବେଳେ ରାସ୍ତାରୋକ, ଅନ୍ଦୋଳନ ମାନ କରାଯାଉଥିବା ଦେଖିବାକୁ ମିଳୁଛି। ଅପରପକ୍ଷରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତରେ ଏହି ପାନୀୟ ଜଳର ଅପବ୍ୟବହାର କରାଯାଉଥିବା ଅଭିଯୋଗ ଉଠିଛି। ଏହି ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପାଇଁ ସରକାରୀ ଯୋଜନା ମାନ କରାଯାଇଛି। ଜଳ ଅମଳ ପ୍ରକଳ୍ପ ଗୁଡିକ ଲକ୍ଷାଧିକ ଟଙ୍କା ବିନିମୟରେ ନିର୍ମାଣ କରାଯାଇଛି। ଜଳଯୋଗାଣ ପାଇଁ ଗାଁରେ ଷ୍ଟାଣ୍ଡ ପୋଷ୍ଟ ବସାଯାଇଛି। ଏହି ଷ୍ଠାଣ୍ଡ ପୋଷ୍ଟରେ ଜଳ ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ଟ୍ୟାପ୍ ଲଗାଯିବା କଥା। ବିଭାଗୀୟ କତ୍ତୃପକ୍ଷ ବେପରୁଆ ମନୋଭାବର ନିଦର୍ଶନ ସ୍ୱରୁପ ଷ୍ଟାଣ୍ଡପୋଷ୍ଟ ଗୁଡିକରେ ଟ୍ୟାପ୍ ଲଗାଯାଇନଥିବା ଦେଖିବାକୁ ମିଳିଛି। ଫଳରେ ପାନୀୟ ଜଳର ଦୁରୁପୋଯୋଗ ହେଉଛି। ଅନବରତ ପାଣି ପ୍ରଭାହିତ ହୋଇ ସ୍ଥାନୀୟ ଅଞ୍ଚଳରେ କୁର୍ତିମ ଜଳପ୍ରବାହ ସୃଷ୍ଟି କରିଛି। ଏହି ବ୍ଲକ ଅଧିନରେ ଥିବା ଅନ୍ୟ କେତେକ ପଞ୍ଚୟତରେ ପାନୀୟ ଜଳ ପ୍ରକଳ୍ପ ଅଚଳ ଥିବା ଯୋଗୁଁ ପିଇବା ପାଣି ମୁନ୍ଦାଏ ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ କନିମୂଳ ପଞ୍ଚାତରେ ଷ୍ଟାଣ୍ଡପୋଷ୍ଟ ଗୁଡିକରୁ ଅନବରତ ପାଣି ଅପଚୟ ହେଉଥିଲେ ମଧ୍ୟ ବିଭାଗୀୟ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଏହା ସହିତ ମାଟିତଳେ ବିଛାଯାଇଥିବା ପାଇପ୍ ଦିଗବାରୁଣି ଛକ ପୋଲ ନିକଟରେ ଫାଟି ଯିବାରୁ ସେହିସ୍ଥାନରୁ ପାଣି ମଧ୍ୟ ଅନବରତ ପ୍ରାଭାବିତ ହୋଉଥିବା ଅଭିଯୋଗ ହେଉଛି। ଏଥିପ୍ରତି ଉଚ୍ଚକତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *