ପାନପୋଷ ସ୍ପୋର୍ଟସ କ୍ଲବ ଚମ୍ପିୟାନ

ରାଉରକେଲା ୨୧-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସାରନଗରୀ ପାଣିଟାଙ୍କି ଖେଳ ପଡ଼ିଆ ଠାରେ ପୂର୍ଣ୍ଣାନନ୍ଦ ମାର୍କେଟ କମିଟି ପକ୍ଷରୁ ଚାଲିଥିବା ତୃତୀୟ ଶ୍ୟାମ ସୁନ୍ଦର ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଂଟ ଉଦ୍ୟାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ପାନପୋଷ ସ୍ପୋଟିଂ କ୍ଲବ ତାର ବିପକ୍ଷ ଦଳ ଇଏଟିଏନ କ୍ଲବକୁ ପରାସ୍ତ କରିଥିଲା। ମ୍ୟାଚ ପ୍ରାରମ୍ଭ ପୂର୍ବରୁ ମୁଖ୍ୟ ଅତିଥି ଭାବେ ଆଇଡ଼ିଏଲର ବରିଷ୍ଠ ମହାପ୍ରବନ୍ଧକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ସେକ୍ଟର ୨୨ଏମ୍ପୋ୍ଲଇଜ ୱେଲଫେୟାର ଟ୍ରଷ୍ଟର ସଭାପତି ସମାଇ ସୋରେନ ଓ ଅନ୍ୟତମ ଅତିଥି ଭାବେ ସମାଜ ସେବୀ ଶ୍ରୀ ଚରଣ ସାମଲ, ସି.ଆର ନନ୍ଦ, ଆଇନଜିବୀ ବିଜୟ ହରିଚନ୍ଦନ, ବିପିନ ଲେଙ୍କା, ସମାଜସେବୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିଜୟୀ ଦଳକୁ ୨୦ହଜାର ନଗଦ ଅର୍ଥ ସହ ଟ୍ରଫି ଓ ରନର୍ସ ଅଫ ଦଳକୁ ୧୫ ହଜାର ନଗଦ ଅର୍ଥ ସହ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଆଜି ମ୍ୟାଚର ରେଫରି ଭାବେ ସସ୍ମିତା ଦାସ, ଆନ୍ନା କେର୍କେଟା, ଗଙ୍ଗାଧର ସାମଲ, ସଂଜୀବ ଚାନ୍ଦ, ସୁଶାନ୍ତ ଗୌଡ, ସଂଜୀବ ମହାନ୍ତି ପ୍ରମୁଖ ÿ ମ୍ୟାଚ ପରିଚାଳନା କରିଥିଲେ। ଫାଇନାଲ ମ୍ୟାଚ ଦେଖିବାକୁ ସହସ୍ରାଧିକ ଦର୍ଶକଙ୍କ ସମାଗମ ହୋଇଥିଲା। ମଂଚ ପରିଚାଳନା ଅକ୍ଷୟ ମଲ୍ଲିକ କରିଥିଲେ। ଟୁର୍ଣ୍ଣାମେଂଟକୁ ପରିଚାଳନା କରିବାରେ ମୁଖ୍ୟ ଆୟୋଜକ ଅନନ୍ତ ପାତ୍ର ସମେତ ମାର୍କେଟ କମିଟି ସଭାପତି ବିନୟ ବେହୁରିଆ, ପୂର୍ଣ୍ଣ ରାଉତ, ଦେବାଶିଷ ମହାନ୍ତି, ପ୍ରଭାତ ନାୟକ, ଶୁସାନ୍ତ ରାଉତ ସମେତ ଅନ୍ୟାନ୍ୟ କର୍ମକର୍ତା ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *