ପାଥୋଲୋଜି ବିଭାଗର ଛାତ ମରାମତି ଦାବି

ରାଉରକେଲା ୨୯ ମଇ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଥିବା ପାଥୋଲୋଜି ବିଭାଗରେ ଗତକାଲି ଛାତରୁ ଅତଡା ଖସି ପଡିଥିଲା। ଭାଗ୍ୟବଶତଃ ସେହି ସମୟରେ କୌଣସି କର୍ମଚାରୀ ନଥିଲେ। ହେଲେ ଏହି ଘଟଣା ଆଗାମୀ ଦିନରେ ଉପୁଜିବ ନାହିଁ ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଆଜି ଏହାକୁ ନେଇ ଆଶ୍ରା ସଂଗଠନ ପକ୍ଷରୁ ଆରଜିଏଚ ସିଏମଓ ଡ.ରାମଚନ୍ଦ୍ର ବେହେରାଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଡାକ୍ତରଖାନା ଏକ ଜରୁରୀ ଅନୁଷ୍ଠାନ ଅଟେ। ଭବିଷ୍ୟତରେ ମଧ୍ୟ ଏହାର ଅନ୍ୟ ବିଭାଗରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ତେଣୁ ଏହାର ଅନୁସନ୍ଧାନ କରାଯାଇ ଯଥାଶୀଘ୍ର ମରାମତି କାମ କରିବାକୁ ଦାବି କରାଯାଇଛି। ଏହି ଅବସରରେ ସମ୍ପାଦିକା ମିନତୀ ଦେବତା, ବାସନ୍ତୀ ମହାନ୍ତି, ଅମ୍ବିକା ବାରିକ, କବିତା ସାମଲ, ସରସ୍ୱତୀ ବେହେରା, ରେଖା କୋଠାରୀ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *