ପାଣ୍ଡିଆନଙ୍କ ସରକାରୀ ଗୃହ ଉପରେ ଆକ୍ରମଣକୁ ବିଜେଡି ଲିଗାଲ ଫ୍ରଣ୍ଟର ନିନ୍ଦା

କେନ୍ଦ୍ରାପଡା ୧୦/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ମୁଖ୍ୟମନ୍ତ୍ରୀଙ୍କ ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଉପରେ ଆଜି ସକାଳେ ବିଜେପି କର୍ମିଙ୍କ ଗୋବର ପକାଇବା, ପଥର ଓ ଟେକା ଫିଙ୍ଗିବା ଭଳି ଆକ୍ରମଣ ଘଟଣାକୁ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲ ଫ୍ରଣ୍ଟ ପକ୍ଷରୁ ଗଭୀର ନିନ୍ଦା କରାଯାଇଛି। ରାଜ୍ୟ ବିଜେଡି ଲିଗାଲ ଫ୍ରଣ୍ଟର ସଦସ୍ୟ ସଞ୍ଜୟ କୁମାର ଜେନା, ଜିଲ୍ଲା ବିଜେଡି ଲିଗାଲ ଫ୍ରଣ୍ଟର ଭୀମସେନ ଭୂୟାଁ, ଗଗନ ବିହାରି ଜେନା, ଗୋକୁଳି ରଞ୍ଜନ ଦାସ, ରଞ୍ଜନ ପଣ୍ଡା, ଗୋବର୍ଦ୍ଧନ ରାଉତ, ମାନସ ଧଳ, ନିରଞ୍ଜନ ବଳ, ନବକିଶୋର ବେହେରା, ସୁରେଶ ନାୟକ, ଅରୁଣ ପ୍ରସାଦ ଦାସ ପ୍ରମୁଖ ଏହି ଘଟଣାକୁ ସମ୍ଫୂର୍ଣ୍ଣ ନିନ୍ଦା କରିଛନ୍ତି।

Leave a Reply

Your email address will not be published. Required fields are marked *