ଓଡ଼ିଶା

ପାଣ୍ଡିଆନଙ୍କ ଘରକୁ ବିଜେପି କର୍ମୀଙ୍କ ଗୋବର ମାଡ଼ ଘଟଣାକୁ ନିନ୍ଦା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର ୧୧-୨ (ଓଡ଼ିଆ ପୁଅ) ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଆଇଏଏସ ଅଧିକାରୀ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସରକାରୀ ବାସଭବନକୁ ଆକ୍ରମଣ ତଥା ବିଜେପି କର୍ମୀଙ୍କ ଗୋବର ମାଡ଼ ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତିଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ କିନ୍ତୁ ଏହା କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ବି ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତିଯେ, ୨୦୧୭ରେ ଏମିତି ୩ଟି ଘଟଣା ଘଟିଥିଲେ ବି ନବୀନ ଚୁପ୍ ଥିଲେ କାହିଁକି?

ସୂଚନାଯୋଗ୍ୟଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଆଇଏଏସ ଅଧିକାରୀ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସରକାରୀ ବାସଭବନରେ ଗତକାଲି ବିଜେପି ଯୁବମୋର୍ଚ୍ଚାର କେତେକ କର୍ମୀ ପାଣ୍ଡିଆନଙ୍କ ଘର ଉପରକୁ ଗୋବର ଓ ଢ଼େଲା ଫିଙ୍ଗିଥିଲେ। ପାଣ୍ଡିଆନଙ୍କ ବାସଭବନ ପରିସରରେ ଥିବା ଫୁଲକୁଣ୍ଡକୁ ଭାଙ୍ଗିବା ସହିତ ସେଠାରେ ଥିବା ଗାଡିକୁ ଭଙ୍ଗାରୁଜା କରିଛନ୍ତି। ପୁଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲା ଏବଂ ଏହି ମାମଲାରେ ପୁଲିସ ୫ ଜଣ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଗିରଫ କରିବା ପରେ ସେମାନଙ୍କ ଜାମିନି ନମିଳିବାରୁ ସେମାନଙ୍କୁ ଜେଲ୍ କୁ ପଠାଇ ଦିଆଯାଇଛି।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନିନ୍ଦା କରିଥିଲେ। ଏହା ବ୍ୟତୀତ ବିରୋଧି ଦଳର ନେତା ନରସିଂହ ମିଶ୍ର, ରାଜ୍ୟରେ ଥିବା ଆଇଏଏସ୍‌ ଓ ଓଏଏସ୍ ସଂଘ ଓ ଅନେକ ସଂଗଠନ ପକ୍ଷରୁ ଦୃଢ ନିନ୍ଦା କରାଯାଇଥିଲା। ତୁରନ୍ତ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top