ଓଡ଼ିଶା

ପାଣି ପାଇଁ ସଂଘର୍ଷ: ତାତିଲେ ମହିଳା- ପଂଚାୟତ କାର୍ଯ୍ୟାଳୟ ଭଙ୍ଗାରୁଜା ସହ ରାସ୍ତା ଅବରୋଧ, ଦେଶର ସବୁଠାରୁ ଧନୀ ଜିଲ୍ଲା କେନ୍ଦୁଝରରେ ଘଟିଛି ଏପରି ଲଜ୍ଜ୍ୟାକର ଘଟଣା

କେନ୍ଦୁଝର ୨୯ ମଇ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ସାରା ରାଜ୍ୟରେ ଖରାର ପ୍ରକୋପ ବଢି ବଢି ଚାଲିଥିବା ବେଳେ ତା ସହ ତାଳ ମିଳାଇ ବଢି ବଢି ଚାଲିଛି ଜଳକଷ୍ଟ। ଆଉ ଏବେ ଏହି ଜଳକଷ୍ଟ ଅତିସହ ଅସହ୍ୟ ହେବାରୁ ଆଇନକୁ ହାତକୁ ନେବାକୁ ବସିଲେଣି ସାଧାରଣ ଜନତା। ପୁରୁଷ ତ ଦୁରକଥା ଏବେ ମହିଳା ମାନେ ଓହ୍ଲାଇଛନ୍ତି ରାଜରାସ୍ତାକୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବକ୍ସୀ ବାରିଗାଁ ଗ୍ରାମ ପଞ୍ଚାୟତର ମଧ୍ୟପୁର ଗ୍ରାମରେ। ଜଳକଷ୍ଟ ସହିନପାରି ଏହି ଗ୍ରାମର ଶହ ଶହ ମହିଳା ଓ ପୁରୁଷ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି।

କେନ୍ଦୁଝର ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁର ମଧ୍ୟପୁର ଗ୍ରାମ। ଏହି ଗ୍ରାମରେ ରହନ୍ତି ୧ ହଜାରୁ ଉର୍ଦ୍ଧ୍ୱବସିନ୍ଦା। ଗାଁରେ ରହିଛି ଏକ ମାତ୍ର ନଳକୁପ। ଯେଉଁ ନଳକୂପରୁ ପ୍ରାୟ ପାଣି ବାହାରେ ନାହିଁ ଯଦିବା କେତେବେଳେ କେମିତି ପାଣି ଟୋପାଏ ବାହାରେ ତାହା ପୁରା ନାଲି ଓ ଲୁହାଳିଆ ଓ ମଇଳା ପାଣି। ଫଳରେ ପାନୀୟ ଜଳ କଷ୍ଟ ଗ୍ରାମରେ ଉତ୍କଟ ରୂପ ହୋଇପଡିଛି। ବାଧ୍ୟହୋଇ ଗ୍ରାମବାସୀ ମାନେ ଦୁଷିତ ଚୁଆପାଣି ବ୍ୟବହାର କରୁଛନ୍ତି। ଏନେଇ ପ୍ରଶାସନ ନିକଟରେ ବାରମ୍ଭାର ଅଭିଯୋଗ କରିଥିଲେବି କେହି ଶୁଣି ନଥିଲେ। ଫଳରେ ଆଜି ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସକାଳୁ ସକାଳୁ ଶହ ଶହ ମହିଳା ଓ ପୁରୁଷ ହାତରେ ଖାଲି ଗରା, ବାଲଟି ଧରି ଏକ ଶୋଭାଯାତ୍ରାରେ ଦିର୍ଘ ୫କି.ମି ଚାଲିଚାଲି ବକ୍ସିବାରିଗାଁ ପଂଚାୟତ କାର୍ଯ୍ୟାଳୟରେ ପହଂଚି ଥିଲେ। ସେଠାରେ ଉତ୍ୟକ୍ତ ଲୋକମାନେ ପଂଚାୟତ କାର୍ଯ୍ୟାଳୟରେ ପଶି ବ୍ୟାପକ ଭଙ୍ଗାରୁଜା କରିବାସହ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଲୋକମାନେ ଏତେ ଉତ୍ୟକ୍ତ ଥିଲେଯେ କାର୍ଯ୍ୟାଳରର ସମସ୍ତ ଆସବାସପତ୍ର ଭାଙ୍ଗି ଚୁରମାର କରିଦେଇଥିଲେ। ପରେ ଲୋକମାନେ ନୁଦୁରପଡା ଜଙ୍ଘିରା ରାଜପଥକୁ ଅରରୋଧ କରି ବସିଥିଲେ। ସେମାନଙ୍କର ଏକା ଜିଦି ଯେ ସେମାନଙ୍କର ପାଣିର ବ୍ୟବସ୍ଥା କରାନଯିବା ପର୍ଯ୍ୟନ୍ତ ସେମାନେ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଖୋଲିବେ ନାହିଁ କି ରାସ୍ତା ଅବରୋଧରୁ ହଟିବେ ନାହିଁ ବୋଲି କହିଛନ୍ତି ଆନ୍ଦୋଳନକାରୀ ଗ୍ରାମବାସୀ ସୋମବାରୀ ମୁଣ୍ଡା, ବାସନ୍ତି ମୁଣ୍ଡା, ଗୁରୁବାରୀ ମୁଣ୍ଡା ଓରାମ ଚନ୍ଦ୍ର ମୁଣ୍ଡା ପ୍ରମୁଖ ଫଳରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।

ଗାଁରେ ଗୋଟିଏ ମାତ୍ର କୁଅଥିବାବେଳେ ସେଥିରୁ ମଇଳା ପାଣି ବହାରୁଥିବା କଥା ସରପଞ୍ଚ ଜାଣନ୍ତି ନାହିଁ ଓ ଆଉଏକ ନଳକୁପ ଖନନ ପାଇଁ ସେ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ସରପଞ୍ଚ ଅବନ୍ତି ନାଏକ କହିଛନ୍ତି। ହେଲେ ଲୋକେ ରାସ୍ତା ଅବରୋଧ ହଟାଇ ଥିବା ବେଳେ କାର୍ଯ୍ୟାଳୟର ତାଲା ଖୋଲି ନାହାନ୍ତିା

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top