ଜିଲ୍ଲା ପରିକ୍ରମା

ପାଣି ପାଇଁ ଡହଳବିକଳ, ଆନ୍ଦୋଳନ ଦାନା ବାନ୍ଧୁଛି

ରାଉରକେଲା ୯ ଜୁନ୍ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଏକ ସପ୍ତାହରୁ ଉର୍ଦ୍ଧ ହେବ ଲୋକେ ନିୟମିତ ପାଇପ ପାଣି ନପାଇ ଡହଳ ବିକଳ ହେଉଛନ୍ତି। ଏନେଇ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗରେ ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଫଳରେ ଅସନ୍ତୋଷ ବୃଦ୍ଧି ପାଇବା ସହିତ ଆନ୍ଦୋଳନ ଦାନା ବାନ୍ଧୁଛି। ସହରର କଳିଙ୍ଗ ବିହାର, ଛେଣ୍ଡ, ବାସନ୍ତୀ କଲୋନୀ, ଟିମ୍ବର କଲୋନୀ ସମେତ ମାଲଗୋଦାମ, ଦୁର୍ଗାପୁର, ମଧୂସୂଦନଳ୍ଲୀ, ପ୍ରଭୁତି ଅଂଚଳକୁ ପିଏଚଡ଼ି ପକ୍ଷରୁ ପାଇପ ଯୋଗେ ଜଳ ଯୋଗାଣ ହେଉଛି। ମାତ୍ର ଆଉ ଏକ ସପ୍ତାହରୁ ଉର୍ଦ୍ଧ ହେବ ବିଭାଗ ପକ୍ଷରୁ ନିୟମିତ ଭାବେ ପାଣି ଯୋଗାଣ ହେଉନାହିଁ। କେବେ କେବେ ୫-୬ ମିନିଟ ଯୋଗାଣ ହେଉଥିବା ବେଳେ, ମଝିରେ ମଝିରେ ଦିନେ ଦୁଇଦିନ ସମୂର୍ଣ୍ଣ ପାଣି ଯୋଗାଣ ବନ୍ଦ ରହୁଛି। ସେହିପରି ଟ୍ୟାଙ୍କର ଯୋଗେ ମଧ୍ୟ ପାଣି ଯୋଗାଇ ଦିଆଯାଉ ନାହିଁ। ଫଳରେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ବାଧ୍ୟ ହୋଇ ସରକାରୀ ନଳକୂପ କିମ୍ବା ବୋରିଂ ଉପରେ ନିର୍ଭର ହେଉଛନ୍ତି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ସହରରେ ନାଳ ଏବଂ ସ୍ୱେରେଜ କାମ ପାଇଁ ବିଭିନ୍ନ ସ୍ଥାନରେ ପାଇପ ଫାଟି ଯାଇଥିଲା, ସେଗୁଡ଼ିକ ମରାମତି ପାଇଁ କାମ ଚାଲିଛି, କାମ ଶେଷ ପରେ ପାଣି ଯୋଗାଇ ଦିଆଯିବ ବୋଲି ଉତର ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top