ପାଣି ପଂଚାୟତ ସଚେତନତା ରଥ ଶୁଭାରମ୍ଭ

ଦେବଗଡ, ୨୦-୧ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଜାନୁୟାରୀ ୧୬ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପାଣି ପଂଚାୟତ ପକ୍ଷ ପାଳନ କରାଯିବା ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପାଠୀ ପାଣି ପଂଚାୟତ ସଚେତନତା ରଥ ର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିର୍ବାହୀ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ଇଂ. ଋବିନ୍ଦ୍ର କୁମାର ମେହେତୋ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଗୋହିରା ମଧ୍ୟମ ଜଳସେଚନ ପ୍ରକଳ୍ପ ଇଂ. ଘନଶ୍ୟାମ ଦ୍ୱିବେଦୀ, ଗୋହିରା ପାଣି ପଂଚାୟତର ଶୀର୍ଷ କମିଟୀର ସଭାପତି ପଶ୍ୱୁର୍ରାମ ଗଡନାୟକ ଏବଂ ବିଭାଗୀୟ କର୍ମକର୍ତାମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ ପରିକ୍ରମା କରି ପାଣି ପଂଚାୟତ ପକ୍ଷ ପାଳନ ସମ୍ପର୍କରେ ସଚେନତା ସୃଷ୍ଟି କରିବ।

Leave a Reply

Your email address will not be published. Required fields are marked *