ପାଣି ପଂଚାୟତ ରଥ ଉଦଘାଟନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡା ୧୬/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ଜାନୁଆରୀ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ରଥକୁ ଜିଲ୍ଲାପାଳ ରଘୁଜୀ ପତକା ଦେଖାଇ ଉଦଘାଟନ କରିଥିଲେ। ଏହି ରଥ ଜିଲ୍ଲାର ୯ଟି ବ୍ଲକର ସମସ୍ତ ପଂଚାୟତ ସମେତ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଂଚଳର ସମସ୍ତ ୱାର୍ଡ ପରିକ୍ରମା କରି ଜନସାଧାରଣଙ୍କ ମଧ୍ୟରେ ପାଣିପଂଚାୟତ ସମ୍ପର୍କରେ ସଚେତନତା ସୃଷ୍ଟି କରିବ ବୋଲି କେନ୍ଦ୍ରାପଡା ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରବୋଧ କୁମାର ରାଉତ ସୂଚନା ଦେଇଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଏ.ଡି.ବି.ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ଅଭିମନ୍ୟୁ ବେହେରା, କେନ୍ଦ୍ରାପଡା ଉଠା ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ବିଦ୍ୟାଭୂଷଣ ନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ(ବୈଷୟିକ)ଇଂ ଅଜୟ କୁମାର ବିଶ୍ୱାଳ, ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ଇଂ ବିଧାନ ଚନ୍ଦ୍ର ସାହୁ, ସହକାରୀ ଯନ୍ତ୍ରୀ ଇଂ ଅଗଣୀ ଚନ୍ଦ୍ର ବେହେରା, ଇଂ ଶରତ ଚନ୍ଦ୍ର ମଲ୍ଲିକ, ଇଂ ପ୍ରମୋଦ କୁମାର ରାୟ, ଇଂ ନଗେଶ ପ୍ରସାଦ ମଲ୍ଲିକ, କନିଷ୍ଠ ଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ, ହିମାଂଶୁ ମାନ୍ଧାତା, ପୁଷ୍ପଲତା ମିଶ୍ର, ସ୍ୱେତାଲୀନା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *