ଓଡ଼ିଶା

ପାଣିରେ ବୁଡି ମହିଳା ମୃତ

ଖଇରା, ୧୧/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା କୋଚିଆକୋଇଲି(ଗୁଳାଗଡିଆ) ଗ୍ରାମର ସୁରେନ୍ଦ୍ର ଦାସଙ୍କ ଝିଅ ସୁଲୋଚନା ଦାସ(୨୦)ଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଯାଇଛି। ଘଟଣାରୁ ଜଣାପଡିଛି ପିତା ସୁରେନ୍ଦ୍ର ଦାସ ଝିଅ ସୁଲୋଚନା ଦାସଙ୍କୁ ଉତ୍ତରପ୍ରଦେଶର ଗୁଡୁ ନାମକ ବ୍ୟକ୍ତି ସହିତ ବିବାହ ଦେଇଥିଲେ। ଝିଅ ସୁଲୋଚନା ଦାସ କୌଣସି କାମ ବଶତ ପିତାଙ୍କ ଘରକୁ ବୁଲିବାକୁ ଆସିଥିଲେ। କୁଳି ଖାଇବାକୁ ମନ ହେବାରୁ ପିତାଙ୍କ ଘରପାଖଦେଇ ଯାଇଥିବା ଢଙ୍କଣ ନଈକୂଳରେ ଥିବା ଜାମକୋଳି ଗଛରେ ଚଢି ଜାମକୋଳି ଖାଉଥିବା ବେଳେ କୌଣସି କାରଣ ବଶତ ହଠାତ୍ ପାଣିଭିତରକୁ ଖସିପଡିଥିଲେ। ଖବର ପାଇ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରୁ ସୁଲୋଚନା ଦାସକୁ ଉଦ୍ଧାର କରି ଉପରକୁ ଆଣିଥିଲେ। ସେତେବେଳକୁ ସୁଲୋଚନାର ପ୍ରାଣବାୟୁ ଉଡିଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top