ପାଣିରେ ପଡି ବାଳକର ମୃତ୍ୟୁ

ଖଇରା, ୧୬/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱ ଜିଲ୍ଲା ଖଇରା ଥାନା ଡଗରପଡା ପଞ୍ଚାୟତ ଓଗାଳପୁର ଗ୍ରାମରେ ପାଣିରେ ପଡି ବାଳକର ମୃତ୍ୟୁ ଘଟିଥିବାର ଜଣାପଡିଛି। ଘଟଣାରୁ ଯାହା ଜଣାପଡିଛି ଯେ ଆଜି ବାପା ଘରେ ନଥିବା ବେଳେ ମା ଘର ଭିତରେ ଘର କାମରେ ବ୍ୟସ୍ତ ଥିଲେ। ବସନ୍ତ ବେହେରାଙ୍କ ୩ ବର୍ଷର ପୁତ୍ର ପ୍ରତ୍ୟୁଶ ବେହେରା ଦାଣ୍ଡରେ ଖେଳୁଥିବା କେତେବେଳେ ପାଖରେଥିବା ପାଣି ଗଡିଆରେ ପଡିଯାଇଥିଲେ ଏକଥା ଘରଭିତରେ କାମକରୁଥିବା ମାକୁ ଜଣାନଥିଲା। ପରେ ପୁଅକୁ ଖୋଜି ପାଇନଥିଲେ। ବହୁ ଖୋଜାଖୋଜି ପରେ ପୁଅ ପାଣି ଗଡିଆରେ ପଡି ଭାସୁଥିବାର ଦେଖିବାକୁ ପାଇଥିଲେ। ପାଣିରୁ ଉଦ୍ଧାର କରିବା ପୂର୍ବରୁ ପ୍ରତ୍ୟୁଶର ପ୍ରାଣବାୟୁ ଉଡିଯାଇଥିଲା। ଖବରପାଇ ଥାନାଅଧିକାରିଣୀ ଲୋପାମୁଦ୍ରା ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଶ୍ୟାମସୁନ୍ଦର ବିନ୍ଧାଣୀ ଘଟଣା ସ୍ଥାଳରେ ପହଞ୍ଚି ଶବ ଜବଦ ବୟବଛେଦ ନିମନ୍ତେ ପଠାଇଛନ୍ତି। ଏବାବଦରେ ଖଇରା ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛୋ।

Leave a Reply

Your email address will not be published. Required fields are marked *