କଳାହାଣ୍ଡି

ପାଣିପଂଚାୟତ କର୍ମକର୍ତାଙ୍କୁ ଅଣଦେଖା। ମହିଳା ସଂରକ୍ଷଣ ନାମକୁ ମାତ୍ର। ଇନ୍ଦ୍ରାବତୀ ଡିଭିଜନରେ ସରକାରୀ ଅର୍ଥ ଅପଚୟ ଅଭିଯୋଗ।

କଳାହାଣ୍ଡି – (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସରକାର ମହିଳା ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦେବା ଉଦ୍ଦେଶ୍ୟରେ ପଂଚାୟତ ଠାରୁ ଆରମ୍ଭ କରି ପାଣିପଂଚାୟତ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନ ପ୍ରକ୍ରୀୟାରେ ସାମିଲ କରିବା ବ୍ୟବସ୍ଥା କରିଛନ୍ତି। ହେଲେ କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଯୋଜନା ଅଧିନରେ ଥିବା ବାମକେନାଲ ଡିଭିଜନ ନଂ୧ ରେ ପାଣିପଂଚାୟତ ଗୁଡିକରେ ମହିଳା ସଂରକ୍ଷଣ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହେଉଛି। ସରକାରୀ ଅର୍ଥ ଅପଚୟ କରିବା ବାହାନାରେ ସଂପୃକ୍ତ ପଦାଧିକାରୀ ମାନେ ନିନିଜକୁ ସୁହାଇବା ଭଲି କେତେକ ବ୍ୟକ୍ତିଙ୍କୁ ହାତ କରି ପାଣିପଂଚାୟତ କର୍ମକର୍ତା ମାନଙ୍କୁ ଅଣଦେଖାକରି କେବଳ କାଗଜ କଲମରେ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା କରିଦେଇଥିବା ଅଭିଯୋଗ ହେଉଛି। ପାଣିପଂଚାୟତ ଅଧିନରେ ଥିବା ଶୋଠ ଅନୁପାତରେ ସ୍ଥାନୀୟ ପାଣିପଂଚାୟତ କର୍ମକର୍ତା ମାନଙ୍କ ଜାଣତରେ ଚାଷୀମାନଙ୍କ ସ୍ୱତନ୍ତ୍ର ବୈଠକ ଡକାଯାଇ ଲଟେରୀ ମାଧ୍ୟମରେ ମହିଳା ମାନଙ୍କ ଶୋଠ ସଂରକ୍ଷଣ କରାଯିବା ନିୟମ ଥିବା ବେଳେ ଅମ୍ବାଦୁଲା ଡିଷ୍ଟ୍ରୀବ୍ୟୁଟାରୀ ଅଧିନସ୍ଥ ୨୫ ଟି ପାଣିପଂଚାୟତ ମଧ୍ୟରେ ଅଧିକାଂଶ ପାଣିପଂଚାୟତର କର୍ମକର୍ତା ସେ ସଂପର୍କରେ ଜାଣିନଥିବା ଅଭିଯୋଗ ହେଉଛି। ଇନ୍ଦ୍ରାବତୀ ଡିଭିଜନର ସଂପୃକ୍ତ ପଦାଧିକାରୀ ବୈଠକ ପାଇଁ ନୋଟିସ କରି ସଂପୃକ୍ତ ପାଣିପଂଚାୟତର କର୍ମକର୍ତା ଓ ଚାଷୀ ମାନଙ୍କ ବୈଠକ ଡକାଯାଇ ସଂଖ୍ୟାଧିକ ଚାଷୀଙ୍କ ଉପସ୍ଥିତିରେ ମହିଳା ସଂରକ୍ଷଣ ପାଇଁ ଲଟେରୀ କରାଯାଇ ଶୋଠ ଚୟନ କରାଯିବା ବିଧେୟ ହେଲେ ପ୍ରାୟ ଅଧିକାଂଶ ପାଣି ପଂଚାୟତରେ ମାତ୍ର ସାତ / ଆଠ ଜଣ ଚାଷୀଙ୍କ ସ୍ୱାକ୍ଷର କରିନେଇ ମହିଳା ସଂରକ୍ଷଣ କାର୍ଯ୍ୟ ସାରି ଦେଇଥିବା ଅଭିଯୋଗ ହେଉଛି। ଏସଂପର୍କରେ ସୂଚନା ଆଇନ ଅନୁସାରେ ସୂଚନା ମାଗିଲେ ମଧ୍ୟ ବିଗତ ବର୍ଷେ ହେବ ସୂଚନା ଦିଆଯାଉନଥିବା ମଧ୍ୟ ଅଭିଯୋଗ ହେଉଛି। ପ୍ରାୟ ସମସ୍ତ ପାଣି ପଂଚାୟତରେ ଶହେରୁ ଅଧିକ ଚାଷୀ ଥରବା ବେଳେ ମାତ୍ର ସାତ / ଆଠ ଜଣ ଚାଷୀ ଉପସ୍ଥିତ ହେଲେ ମିଟିଂର କୋରମ କିପରି ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ୟ ପକ୍ଷରେ ଅଧିକାଂଶ ପାଣିପଂଚାୟତର କର୍ମକର୍ତାଙ୍କ ଅଜାଣତରେ ଏହି ବୈଠକ ଡକାଯିବାର କାରଣ ମଧ୍ୟ ବୁଝାପଡୁନାହିଁ। ଅନ୍ୟ ପକ୍ଷରେ ଯେଉଁ ପାଣିପଂଚାୟତର କର୍ମକର୍ତା ଏସଂପର୍କରେ ମୁହଁ ଖୋଲିଲେ ସେମାନଙ୍କୁ ବିଭାଗୀୟ ପଦାଧିକାରୀ ମାନେ ଗାଳିଗୁଳଜ କରୁଥିବା ଅଭିଯୋଗ ହେଉଛି। ବିଶେଷ କରି ଅମ୍ବାଦୁଲା ଡିଷ୍ଟ୍ରୀବ୍ୟୁଟାରୀ କେନାଲ ଦାୟୀତ୍ୱରେ ଥିବା ଜନୈକ କନିଷ୍ଠ ଯନ୍ତ୍ରୀ ନିଜ ମନମୁତାବକ ଏଭଲି ଭାବେ ନିଜ ପସନ୍ଦ ମୁତାବକ ବ୍ୟକ୍ତି ମାନଙ୍କୁ ପାଣିପଂଚାୟତରେ ସାମିଲ କରିବା ଉଦ୍ଦେଶ୍ୟରେ ଏଭଲି କରୁଥିବା ଅଭିଯୋଗ ହେଉଛି। ଏହାଛଡା ଯେଉଁ ପାଣିପଂଚାୟତ କର୍ମକର୍ତା ନିଜ ଅଂଚଳର କୌଣସି ଉନ୍ନୟନ କାର୍ଯ୍ୟ ପାଇଁ ଦାବି ଜଣାଇଲେ ସେ ଓଲଟା ଉକ୍ତ କର୍ମକର୍ତାଙ୍କୁ ଅଣଦେଖା କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଏଭଲି ପରିସ୍ଥିତିରେ ପାଣିପଂଚାୟତରେ ମହିଳା ସାମିଲ କରିବାକୁ ଥିବା ଉଦ୍ଦେଶ୍ୟ ସଫଳ ହେବା ପରିବର୍ତେ କେବଳ ସରକାରୀ ଅର୍ଥ ଶ୍ରାଦ୍ଧ ହେବାରେ ଲାଗିଛି। ସଂପୃକ୍ତ ପଦାଧିକାରୀ ମାନେ କେବଳ କାମଚଳା ଭାବେ ନିଜ ଦାୟୀତ୍ୱ ସାରିଦେଇ ସରକାରୀ ଅର୍ଥ ଖର୍ଚ୍ଚ ବିଲ କରିଦେଉଥିବା ଅଭିଯୋଗ ହେଉଛି। ଏସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷ ପ୍ରତ୍ୟକ୍ଷ ଭାବେ ଦୃଷ୍ଟି ଦେଇ ସଂପୃକ୍ତ ପାଣିପଂଚାୟତ କର୍ମକର୍ତାଙ୍କ ଜାଣତରେ ଅଧିକରୁ ଅଧିକ ମହିଳା ସାମିଲ ହେବାର ବ୍ୟବସ୍ଥା କରାଯିବା ପାଇଁ ଦାବି ହେଉଛି। ଏସଂପର୍କରେ ପାଣିପଂଚାୟତ କର୍ମକର୍ତା ମାନେ ଆଇନ ଅଦାଲତର ଆଶ୍ରୟ ନେବାକୁ ସଜବାଜ ହେଉଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top