ଜିଲ୍ଲା ପରିକ୍ରମା

ପାଣିକୋଇଲିରେ ମେଡିକାଲ ପ୍ରତିଷ୍ଟା ଦାବୀରେ କଳିଙ୍ଗନଗର ଅତିରିକ୍ତ ଜିଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରାଟ ଗଣଧାରଣା

ଯାଜପୁର-୧୦/୮(ଓଡିଆ ପୁଅ/ଏ.ରାଉତ) ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ମୁତାମକ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଶହେ ସଂଖ୍ୟା ବିଶିଷ୍ଟ ମେଡିକାଲ କଲେଜ ପାଣିକୋଇଲିଠାରେ ପ୍ରତିଷ୍ଠା ନିମନ୍ତେ କଳିଙ୍ଗନଗର ଅତିରିକ୍ତ ଜିଳାପାଳଙ୍କ କାର୍ଯ୍ୟାଳୟ ମସମ୍ମୁଖରେ ବିରାଟ ଗଣଧାରଣା ଦିଆଯାଇଛି । ମେଡିକାଲ କଲେଜ ମିଳିତ କ୍ରି୍ରୟାନୁଷ୍ଠାନ କମିଟି ଆହ୍ୱାନରେ ଦିଆଯାଇଥିବା ଉକ୍ତ ଗଣଧାରଣାରେ ବିଭିନ୍ନ ଅନୁଷ୍ଠାନ, ସାମାଜିକ ସଂଗଠନମାନେ ଯୋଗଦେଇ ପାଣିକୋଇଲିଠାରେ ମେଡିକାଲ କଲେଜ ସ୍ଥାପନା ଏକ ସ୍ୱପ୍ନ ନୁହଁ ବାସ୍ତବତା ବୋଲି ମତ ପ୍ରଦାନ କରିଛନ୍ତି । ପାଣିକୋଇଲିରେ ପର୍ଯ୍ୟାପ୍ତ ସରକାରୀ ଜମି ଥିବାବେଳେ ଏହା ଜାତୀୟ ରାଜପଥ କଡରେ ଅବସ୍ଥିତ । ଜିଲାର ସୁକିନ୍ଦା, ଦାନଗଦୀ, ବଡଚଣା, ଧର୍ମଶାଳା, ବରୀ, ବି‚ାରପୁର, ଯାଜପୁର, ମଙ୍ଗଳପୁର ପ୍ରଭୃତି ସ୍ଥାନମାନଙ୍କର କେନ୍ଦ୍ରସ୍ଥଳ ପାଣିକୋଇଲି । ଅତୀତରେ ଏହି ସବୁ ସୁବିଧା ଥିବାରୁ ଏହାକୁ ଯାଜପୁର ଜିଲାର ସଦର ମହକୁମାଭାବେ ବିବେଚନା କରାଯାଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ପରେ ରାଜନୈତିକ ବ୍ୟକ୍ତିଙ୍କ ପତିଆରାରେ ଏହା ବାଧା ପହଂଚାଇବାରୁ ଏହାକୁ ଶେଷ ମୁହୂର୍ତ୍ତରେ ବଦଳାଇ ଦିଆଗଲା ଯାହା ଜିଲାବାସୀଙ୍କ ମାନସପଟରେ ଏବେବି ଉଦ୍ଜିବୀତ ରହିଛି । ଏଣୁ ମେଡିକାଲ ପ୍ରତିଷ୍ଠା କ୍ଷେତ୍ରରେ ଯଦି ସେଭଳି ଭୂଲ କରାଯାଏ ତାହେଲେ ଏଥିପାଇଁ ଆମକୁ ଆର ପରବର୍ତ୍ତୀ ପିଢ଼ୀ କ୍ଷମା ଦେବେନାହିଁବୋଲି କମିଟି ପକ୍ଷରୁ କୁହାଯାଇଛି । ଏଣୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସବସମ୍ମତିକ୍ରମେ ଗୃହୀତ ହୋଇଥିବା ପ୍ରସ୍ତାବ ଅନୁଯାଇ ପାଣିକୋଇଲିରେ ଏହି କଲେଜ ପ୍ରତିଷ୍ଠା କରାଯାଉବୋଲି ଉପସ୍ଥିତ ବକ୍ତାମାନେ ମତ ଦେଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଧାରଣାସ୍ଥଳରେ ପହଂଚି ଯାଜପୁରଭଳି ଏକ ଶିଳ୍କ ସମୃଦ୍ଧ ଜିଲାରେ ମେଡିକାଲ କଲେଜ ପାଣିକୋଇଲିରେ ହେବା ଯଥାର୍ଥବୋଲି ଦାବି କରିଛନ୍ତି । ଜିଲାରେ ୬ଶହ କୋଟି ଟଙ୍କା ଜିଲା ଖଣିଜ ପାଂଠିରେ ଜମା ଥିବାବେଳେ ଏନେଇ ଜନ ଆନେ୍ଦାଳନ ଜାଗ୍ରତହେଲେ ଏହି ଟଙ୍କାରେ ମଧ୍ୟ ଏକ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ଭବ ହେବ । ଏଣୁ ଆପଣମାନଙ୍କ ଦାବି ଓ ଆନେ୍ଦାଳନକୁ ଆହୁରୀ ତୀବ୍ରତର କର ଯାହା ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ବହୁ ଅଧିକାରୀଙ୍କୁ ଏହା ପ୍ରଭାବିତ କରିବ ଓ ସେମାନେ ପାଣିକୋଇଲିରେ ଏହା ପ୍ରତିଷ୍ଠା କରିବାକୁ ବାଧ୍ୟ ହେବେବୋଲି ସେ ମତ ଦେଇଥିଲେ । କ୍ରି୍ରୟାାନୁଷ୍ଠାନ କମିଟି ଆବାହକ ଚନ୍ଦ୍ରଶେଖର ପଣ୍ଡାଙ୍କ ସଭାପତିତ୍ୱରେ ଦିଆଯାଇଥିବା ଉକ୍ତ ଗଣଧାରଣାକୁ ବିଶିଷ୍ଟ ଶିକ୍ଷାବିତ୍ ତଥା ବ୍ୟାସନଗର ସାହିତ୍ୟ ସଂସଦର ସଭାପତି ପ୍ର୍େୟଫସର ପଦ୍ମନାଭ ମଲ୍ଲ ଉଦଘାଟନ କରିଥିଲେ । ଆଇନଜୀବୀ ବିବେକାନନ୍ଦ ମହାନ୍ତି, ପ୍ରଫୁଲ୍ଲ କୁମାର ସାମଲ, ସୂର୍ଯ୍ୟମଣି ପାଢ଼ୀ, ରବିନ୍ଦ୍ର କୁମାର ନାୟକ, ଅଜୟ କୁମାର ବିଶ୍ୱାଳ, ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡା, ହୃଦାନନ୍ଦ ସାମଲ, ବରିଷ୍ଠ ସାମ୍ବାଦିକ କୃଷ୍ଣଚନ୍ଦ୍ର ସାମଲ, ପଦ୍ମନାଭ ମଲ୍ଲ, ଭ୍ରମରବର ରାଉତ,ଅର୍ଜ୍ଜୁନ ଚରଣ ରାଉତ, ଶିଶିର କୁମାର ରାଉତ, ଚିନ୍ମୟ ସ୍ୱରୂପ ପଣ୍ଡା, ପ୍ରଫୁଲ୍ଲ କୁମାର ନାୟକ, ତପନ କୁମାର ନାୟକ, ମଧୁସୂଦନ ସାହୁ, ସୁବାଷ ଧଳ, ସନ୍ତୋଷ ବେହେରା, ଇଂ.ବିଶ୍ୱଜିତ ମହାନ୍ତି, ବ୍ରଜେଶ୍ୱରୀ ସିଂ, ନିରଞ୍ଜନ ଘଡାଇ, ସନ୍ତୋଷ କୁମାର ମହାନ୍ତି, ସଦାଶିବ ଦାସ, ଦିନେଶ ମସ୍କରା, ଚନ୍ଦ୍ରମଣି ସାମଲ, ରାଜେନ୍ଦ୍ର କମୁାର ବିଶ୍ୱାଳ, ଦାମୋଦର ପଣ୍ଡା, ଦିଲିପ କୁମାର ମଲ୍ଳିକ, ଘନଶ୍ୟାମ ପରିଡାଙ୍କ ସମେତ ଶତାଧିକ ବ୍ୟକ୍ତି, ବରୀ, ବଡଚଣା, କୁଆଖିଆ, ପାଣିକୋଇଲି ଅଂଚଳର ବହୁ ପ୍ରତିନିଧି ଉକ୍ତ ଧାରଣାରେ ସାମିଲ ହୋଇଥିଲେ । ଯାଜପୁରରୋଡ ବାର ସଂଘ, ବ୍ୟାସନଗର ବାର ସଂଘ, ଜିଲା ଟ୍ୟାକ୍ସ ବାର ସଂଘ, କଳିଙ୍ଗନଗର ବାର ସଂଘ, ବ୍ୟାସନଗର ନାଗରିକ କମିଟି,ବଣିକ ସଂଘ, ବିକାଶ ମଂଚ, ଇଣ୍ଡିଆନ ମେଡିକାଲ ଆସୋସିଏସନ,ଚାମ୍ବର ଅଫ କମର୍ସ, ଟ୍ରକ ମାଲିକ ସଂଘ, ଲୋକାଲ ଟ୍ରକ ମାଲିକ ସଂଘ, , ମିନି ବସ ଟ୍ୟାକ୍ସି ସଂଘ, ଲାୟନସ କ୍ଳବ, ରୋଟାରୀ କ୍ଲବ, ଇନର ହୁଇଲ କ୍ଲବ, ଅଟୋ ରିକ୍ସ ସଂଘ, ନବ ଉକôଳ ମହିଳା ସମିତି, ଶହୀଦ ଗଭତ ସିଂ ଯୁବକ ସଂଘ, ନବଜ୍ୟୋତି ନାରୀ ସୁରକ୍ଷା ସମିତି, ବ୍ୟାସନଗର ସ୍ୱାସ୍ଥ୍ୟ ସୁରକ୍ଷା ମଂଚ, କୁବେର ସମାଜ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ରୋଟାରାକ୍ଟ କ୍ଲବ, ବ୍ୟାସନଗର ପ୍ରେସ ଫୋରମ, ଯାଜପୁରରୋଡ ପ୍ରେସ କ୍ଳବ, କ୍ରୀଡା ସଂଘ, କ୍ରୀଡା ଭାରତୀ, ନିଶା ନିବାରଣ ସମିତି, କ୍ଲବ ଦି ୟୁଥ ମାସ, ବିପ୍ଳବୀ ଯୁବକ ସଂଘ, ବ୍ୟାସନଗର ମହିଳା ସମିତି, କ୍ରାନ୍ତିକାରୀ ଯୁବକ ସଂଘ, ଯାଜପୁରରୋଡ ବସ ମାଲିକ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ଏହି ପ୍ରସ୍ତାବକୁ ସ୍ୱାଗତ କରିବାସହ ଧାରଣାରେ ସାମିଲହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top