ପାଣିକୋଇଲିରେ ମେଡିକାଲ କଲେଜ ପ୍ରତିଷ୍ଠା ନହେଲେ ଆନ୍ଦୋଳନକୁ ଓହ୍ଲାଇବେ କ୍ରିୟାନୁଷ୍ଠାନ କମିଟି

ଯାଜପୁର-୧୪/୭(ଓଡିଆ ପୁଅ/ଏ.ରାଉତ) ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ପ୍ରସ୍ତାବ ଅନୁଯାଇ ପାଣିକୋଇଲିଠାରେ ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ମେଡିକାଲ କଲେଜ ମିଳିତ କ୍ରିୟାନୁଷ୍ଠାନ କମିଟି ଦାବି କରିଛି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ନହୁଏ ତାହେଲେ ମିଳିତ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇବବୋଲି ଚେତାବନୀ ଦେଇଛି। ହୋଟେଲ ରୟାଲ କଳିଙ୍ଗଠାରେ କମିଟିର ଆବାହକ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କମିଟିର ଯୁଗ୍ମ ସଂଯୋଜକ ସରୋଜ କର, ବିବେକାନନ୍ଦ ମହାନ୍ତିଙ୍କ ସମେତ ସମସ୍ତ ସଦସ୍ୟ, ନାଗରିକ କମିଟି, ବିଭିନ୍ନ ଗଣ ସଂଗଠନ ଯୋଗଦେଇ ଉକ୍ତ ପ୍ରସ୍ତାବକୁ ଦୃଢ଼ ସମର୍ଥନ କରିଥିଲେ। ଆସନ୍ତା ୧୬ ତାରିଖ ସୋମବାର ଅପରାହ୍ନରେ ଏନେଇ ବ୍ୟାସନଗରର ହୋଟେଲ ରୟାଲ କଳିଙ୍ଗଠାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇ ପରବର୍ତ୍ତୀ କାର୍ଯ୍ୟ ନିର୍ଦ୍ଧାରଣ କରାଯିବବୋଲି ବୈଠକରେ ସ୍ଥିର ହୋଇଛି। ପୂର୍ବରୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଯାଜପୁର ଜିଲାପାଳଙ୍କ ଜରିଆରେ ପ୍ରଦାନ ସରିଛି। ବୈଠକରେ ଆଇନଜୀବୀ ନାରାୟଣ ପ୍ରସାଦ ପତି, କାଳନ୍ଦୀ ଚରଣ ସାହୁ, ବିଜୟ କୁମାର ମହାନ୍ତି, ରଜତ ରାଉତ, ରବିନ୍ଦ୍ର କୁମାର ନାୟକ, ଅଚ୍ୟୁତାନନ୍ଦ ଦାଶ, ପ୍ରଫୁଳ୍ଲ କୁମାର ସାମଲ, ସତ୍ୟବ୍ରତ ଶରତ ଦାସ, ଡା. ହେମନ୍ତ କିଶୋର ସାହୁ, ଦୁର୍ଯୋଧନ ରାଉତ, ଡା. ଅରୁଣ କୁମାର ବିଶ୍ୱାଳ, ଭ୍ରମରବର ରାଉତ, ସଦାଶିବ ଦାସ, ବସନ୍ତ ପାତ୍ର, ସନ୍ତୋଷ କୁମାର ମହାନ୍ତି, ଦାମୋଦର ପଣ୍ଡା, ବିଶ୍ୱଜିତ୍ ମହାନ୍ତି, ପଫୁଳ୍ଲ କୁମାର ନାୟକ, ଲମ୍ବୋଦର ମଲ୍ଲିକ, ରାଇମୋହନ ମହାନ୍ତି, ଦିନେଶ ମସ୍କରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। .

Leave a Reply

Your email address will not be published. Required fields are marked *