ଜିଲ୍ଲା ପରିକ୍ରମା

ପାଣିକୋଇଲିଠାରେ ମେଡିକାଳ କଲେଜ ପ୍ରତିଷ୍ଠା ପାଇଁ ଜନସଂପର୍କ ଯାତ୍ରା ଓ ପଥପ୍ରାନ୍ତ ସଭା

ଯାଜପୁର-୧/୯(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲାର କେନ୍ଦ୍ରସ୍ଥଳ ପାଣିକୋଇଲିଠାରେ ପ୍ରସ୍ତାବିତ ଶହେ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା ହେଉବୋଲି ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ଦୁଇମାସ ହେଲା ଦାବି କରିଆସୁଥିବାବେଳେ ଏନେଇ ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛି । ତେବେ ଜିଲାର ସର୍ବ ସାଧାରଣଙ୍କୁ ଏନେଇ ସଚେତନ ଓ ଜାଗ୍ରତ କରିବାକୁ କମିଟି ପକ୍ଷରୁ ଗତକାଲିଠାରୁ ଜନସଂପର୍କ ଯାତ୍ରା ମଧ୍ୟମରେ ଘରକୁ ଘର ବୁଲି ପ୍ରଚାର ପତ୍ର ବଂଟନ କରାଯିବାସହ ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । କମିଟିର ସଭ୍ୟମାନେ ଛାତ୍ର, ବ୍ୟବସାୟୀ, ବୁଦ୍ଧିଜୀବୀ,ସାହିତ୍ୟିକଙ୍କ ସମେତ ଘର ଘର ବୁଲି ପାଣିକୋଇଲି ଅଂଚଳରେ ୨ଶହ ଏକର ସରକାରୀ ଖାଲି ଜାଗା ଥିବାବେଳେ ଗମନାଗମନ ଦୃଷ୍ଟିରୁ ମଧ୍ୟ ଏହା ସର୍ବେତ୍ତମ ଓ ସରକାରୀ ନିୟମ ଅନୁଯାଇ ଜିଲା ମୁଖ୍ୟ ଚିକିସôାଳୟର ୧୦ କିଲୋମିଟର ବ୍ୟାସାର୍ଦ୍ଧ ପରିଧିରେ ଏହା ହେବାକୁ ନିୟମ ରହିଥିବାବେଳେ ପାଣିକୋଇଲି ଏହି ନିୟମ ଭିତରେ ରହିଛିବୋଲି ଲୋକଙ୍କୁ ବୁଝାଉଛନ୍ତି । ଏଠାରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଜିଲାବାସୀଙ୍କ ସମୂହ ସ୍ୱାର୍ଥ ସାଧନ ହୋଇପାରିବବୋଲି କମିଟି ସଦସ୍ୟମାନେ ଚୋରଦା ଛକ, ବାଇପାସ, ବସଷ୍ଟାଣ୍ଡ ସମେତ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କୁ ଜାଗ୍ରତ କରୁଛନ୍ତି । କମିଟି ଆବାହକ ଚନ୍ଦ୍ରଶେଖର ପଣ୍ଡା, ଯୁଗ୍ମ ଆବାହକ ବିବେକାନନ୍ଦ ମହାନ୍ତି, ଭ୍ରମରବର ରାଉତ, ସଦାଶିବ ଦାସ, ସନ୍ତୋଷ ମହାନ୍ତି, ଚନ୍ଦ୍ରମଣି ସାମଲ, ଲମ୍ବୋଦର ମଳ୍ଲିକ, ବିଶ୍ୱଜିତ୍ ମହାନ୍ତି, ଶିଶିର ରାଉତ, ନିରଞ୍ଜନ ଘଡାଇ, ଅଯୋଧ୍ୟା ଜେନା, ଘନଶ୍ୟାମ ରାଉତ, କିଶୋର ଓଝାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top