ପାଣିକୋଇଲିଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସମର୍ଥନ ଜଣାଇଲେ ପ୍ରଫୁଲ୍ଲ ଘଡାଇ

ଯାଜପୁର-୩/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲାବାସୀଙ୍କ ସମୂହ ସ୍ୱାର୍ଥ ଦୃଷ୍ଟିରୁ ପ୍ରସ୍ତାବିତ ଶହେ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପାଣିକୋଇଲିଠାରେ ପ୍ରତିଷ୍ଠା ହେବାକୁ ଜିଲାର ଅଧିକାଂଶ ସ୍ଥାନରେ ଦାବି ଜୋର ଧରିଛି। ଏହି ଦାବିକୁ ି ଦୃଢ଼ ସମର୍ଥନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ। ଏହି ଦାବିକୁ ଆଜି ଅଧିକ ମଜବୁତ କରିବାକୁ ମେଡିକାଲ କଲେଜ ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ଶ୍ରୀ ଘଡାଇଙ୍କୁ ତାଙ୍କ ବାସଭବନରେ ଭେଟି ଏନେଇ ଏକ ସ୍ମାରକ ପତ୍ର ପ୍ରଦାନ କଲାପରେ ସେ ମଧ୍ୟ ଏହି ଦାବିକୁ ସ୍ୱୀକାର କରିବାସହ ଏହା ପାଣିକୋଇଲିରେ ହେବା ଉଚିତବୋଲି ମତବ୍ୟକ୍ତ କରିଛନ୍ତି। ଏକଦା ଓଡିଶାର ବରପୁତ୍ର ବିଜୁବାବୁ ପାଣିକୋଇଲିଠାରେ ଜିଲା ସଦର ମହକୁମା ହେବାକୁ ଶୁଭ ପକାଇଥିଲେ। ତେଣୁ ବିଳମ୍ବରେ ହେଉ ମଧ୍ୟ ତାଙ୍କ ଆଶା ଓ ସ୍ମୃତିକୁ ଉଦଜୀବୀତ ରଖିବାକୁ ଏଠାରେ ଏହି ମେଡିକାଲ କଲେଜ ହେବାକୁ ସେ ସବୁମତେ ଉଦ୍ୟମ କରିବେବୋଲି ପ୍ରତିଶୃତି ଦେଇଛନ୍ତି। ସୁକିନ୍ଦାରେ ଓ ଶିଳ୍ପାଂଚଳରେ ରହୁଥିବା ସବୁଲୋକ ଏଠାରେ ମେଡିକାଲର ସୁବିଧା ସୁରୁଖୁରିରେ ପାଇପାରିବେ ଓ ଏନେଇ ସେ ରାଜ୍ୟ ମୁଖ୍ୟ ଶାସନ ସଚୀବଙ୍କୁ ଚିଠି ଲେଖିଛନ୍ତିବୋଲି ପ୍ରତିନିଧି ଦଳରେ ସାମିଲ ହୋଇଥିବା କମିଟି ଆବାହକ ଚନ୍ଦ୍ରଶେଖର ପଣ୍ଡା, ବିବେକାନନ୍ଦ ମହାନ୍ତି କୃଷ୍ଣଚନ୍ଦ୍ର ସାମଲ, ସଦାଶିବ ଦାସ, ଭ୍ରମରବର ରାଉତ, ଚନ୍ଦ୍ରମଣି ସାମଲ, ଦିଲିପ କୁମାର ମଲ୍ଲିକ, ବସନ୍ତ ପାତ୍ର, ସନ୍ତୋଷ କୁମାର ମହାନ୍ତି, ଦିନେଶ ମସ୍କରା ପ୍ରମୁଖଙ୍କୁ ସୂଚନା ଦେଇଛନ୍ତି। ପାଣିକୋଇଲିଠାରେ ଏହା ପ୍ରତିଷ୍ଠା ହେଲେ କଳିଙ୍ଗନଗର ଶିଳ୍ପାଂଚଳ, ସୁକିନ୍ଦା ଖଣି ଅଂଚଳ, ଛତିଆଠାରୁ କୟାଁଗୋଲା, ବରୀ ଠାରୁ ବିଞ୍ଝାରପୁର ପର୍ଯ୍ୟନ୍ତ ସମସ୍ତେ ଲାଭବାନ ହେବେ। ଯାଜପୁର ଜିଲାର କେନ୍ଦ୍ରସ୍ଥଳଭାବେ ପାଣିକୋଇଲିକୁ ବିବେଚନା କରାଯାଉଥିବାବେଳେ ଏଠାରେ ମଧ୍ୟ ପର୍ଯ୍ୟାପ୍ତ ସରକାରୀ ଜମି ରହିଛି।। ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ ପାଣିକୋଇଲି କଟକ. ଭଦ୍ରକ, କେନ୍ଦୁଝର, ଢ଼େଙ୍କାନାଳ ସହିତ ସଂଯୋଗ ସ୍ଥାପନ କରୁଛି। ଯାଜପୁରରୋଡ ରେଳଷ୍ଟେସନଠାରୁ ମାତ୍ର ୧୦ କିଲୋମିଟର ହୋଇଥିବାବେଳେ ଏହା ବିଭିନ୍ନ ସ୍ଥାନରୁ ରୋଗୀ ଆସିବାକୁ ଉତ୍ତମ ସ୍ଥାନଭାବେ ବଛାଯାଇଥିବାରୁ ମୁଁ ଏହାକୁ ଦୃଢ଼ ସମର୍ଥନ କରୁଛିବୋଲି ଶ୍ରୀ ଘଡାଇ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *