କୋରାପୁଟ

ପାଡୁଆପୋଲିସ ପକ୍ଷରୁ ଆମ ପୋଲିସ ସମିତିର ବୈଠକ

କୋରପୁଟ:୨୯/୧୮(ଓଡ଼ିଆପୁଅ/ଅଭିନାଶ ଜାନାମ)ଜିଲ୍ଲାର ପାଡୁଆଥାନା ପକ୍ଷରୁ ବୁଧବାର ଦିନ୧୨ଘଣ୍ଟା ସମୟରେ ଆମ ପୋଲିସ ସମିତି ର ବୈଠକ ଅନୁଷ୍ଠିତ ହୋଇଥିଲା। ପାଡୁଆଥାନା ପରିସର ରେଥାନା ଅଧିକାରୀ ଗୁରୁଦେବ କର୍ମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନନ୍ଦପୁର ଏସ୍ଡିପିଓ ଡକ୍ଟର ତପନ କୁମାର ମହାନନ୍ଦ ଯୋଗଦେଇପାଡୁଆଥାନା ଅଧିନସ୍ଥ ଗ୍ରାମପଞ୍ଚାୟତ ଓ ପାଡ଼ୁଆଅଞ୍ଚଳରୁ ଆସିଥିବା ବୁଦ୍ଧିଜୀବୀ ରାଜନେତାଙ୍କ ସହ ଟ୍ରାପିକ ସମସ୍ୟା ହେଲମେଟ ବ୍ୟବହାର କରିବା ଉପରେ ଆଲୋଚନା କରିବା ସହ ଟ୍ରାପିକ ସମସ୍ୟାକୁ ଦୂର କରିବାକୁ ସମିତିରେ ଯୋଗ ଦେଇଥିବା ସଦସ୍ୟମାନେ ଗୁରୁତ୍ୱ ଦେଇଥିଲେ। ଏହା ବ୍ୟତୀତ ପାଡୁଆ ବଜାର ବଂଜଳପୁଟ ଠାରେ ଅଟୋ ରିକ୍ସା ପାର୍କିଙ୍ଗ ୪ ଚକିଆଯାନ ପାର୍କିଂ ଓ ହେଲମେଟ ବ୍ୟବହାର କରି ଗାଡି ଚଳାଚଳ ସମ୍ପର୍କରେ ଆଲୋଚନା କରିବା ସହ ରାସ୍ତା ଅବରୋଧ କରୁଥିବା ଗାଡ଼ିମାନଙ୍କୁ ଜରିମାନା ଆଦାୟ ଗୁରୁତ୍ୱ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏ ଏସ ଆଇ ଶରତ କୁମାର ସାହୁ, ହାବିଲ୍ଦାର ନବୀନ କୁମାର ରାଉତ, କନେଷ୍ଟବଳ ସର୍ବେଶ୍ୱର ନାଏକ, ମନଜ କୁମାର ନାଏକ, ପ୍ରଦୀପ କୁମାର କସଲା, ସୁଶାନ୍ତ କୁମାର ଗୋରଡ଼ା, ସରାଜ କୁମାର ଠାକୁର, ଆମ ପୋଲିସରେ ଯୋଗ ଦେଇଥିବା ସଦସ୍ୟମାନେ ବାଲଡା ସମିତି ସଭ୍ୟ ରାମ କୃଷ୍ଣ ପୋଡାଲ, କୂଳରସିଂ ସମିତି ସଭ୍ୟ ଅନ୍ତର ଜାମୀଗୁଣ୍ଠା, ପୂର୍ବତନ ସରପଞ୍ଚ ରେଲି ଶିସା, ପୂର୍ବତନ ଜିଲ୍ଲା ପରିଷଦ ଅର୍ଜୁନ ଶୁକ୍ରି, ସୀମାଞ୍ଚଳ ବେହେରା, ସୀମାଞ୍ଚଳ ନାଏକ, ଶଶୀ ନାଏର, ସୁରେଶ ପଟନାଏକ, ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top