ପାଠ ପଢିବାକୁ ବାଧ୍ୟ କରିବାରୁ ନାବାଳିକା ଝିଅର ଆତ୍ମହତ୍ୟା

ପାଟଣା, ତା୨୭/୦୬(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଧପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍କୁଲ ଖୋଲିଯାଇ ଥିବାରୁ ମାଆ ଝିଅ କୁ ପାଠ ପଢିବାବୁ ସ୍କୁଲ କୁ ଯିବାକୁ ଗତକାଲି ବାଧ୍ୟ କରିବାରୁ ଝିଅ ଘର ଲୋକଙ୍କ ଅଗୋଚରରେ ହୁଡି ରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରଛି। ମାଧପୁର ଗ୍ରାମର ଲାଦରା ମୁଣ୍ଡା ଙ୍କ ୧୩ ବର୍ଷର ଝିଅ ରାଇମଣୀ ମୁଣ୍ଡା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଗତକାଲି ରାତିରେ ମାଧପୁର ହୁଡିର ଏକ ଗଛରେ ରଶୀ ଲଗାଇ ଆତ୍ମହତ୍ୟା କରିଛି। ଖବର ପାଇ ପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାଇମଣୀ ର ଶବକୁ ଉଦ୍ଧାର କରିବା ସହ ଶବବ୍ୟବଛେଦ କରାଇଛନ୍ତି।

Leave a Reply

Your email address will not be published. Required fields are marked *