ଜିଲ୍ଲା ପରିକ୍ରମା

ପାଠପଢିବା ପାଇଁ ଜିଲ୍ଲାଶିଶୁମଙ୍ଗଳ କମଟି ନିକଟରେ ଗୁହାରି କଲେ ଅନାଥ ବଣ୍ଡାପିଲା

ମାଲକାନଗିରି,୧୬ା୩ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷ୍ୟୁତ ଅଚଂଳରେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚକରି ବିଭିନ୍ନ ଉନ୍ନ୍ୟନ ମୁଳକ କାର୍ଯ୍ୟ କରୁଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ତାର ସୁଫଳ କିଏ ପାଉଛିତ ଆଉକିଏ ପାଉନାହିଁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖଇରପୁଟ ବ୍ଲକସ୍ଥ ବଣ୍ଡା ଘାଟିରେ, ବାପା ମା ଚିକିତ୍ସାଅଭାବରୁ ରୋଗରେ ପଡି ମରିଗଲେ ଅନାଥ ହୋଇଗଲେ ପିଲାମାନେ,ବହୁକଷ୍ଟରେ ନିକଟସଂପର୍କିୟ ମାନେ ଏହି ଅନାଥପିଲାଙ୍କୁ ପାଳିପୋଷି ବଡକଲେ,ହେଲ ସେମାନେ ଗରିବ ହୋଇଥିବାରୁ ପାଠ ପଢାଇ ପାରିଲେ ନାହିଁ, କିଏ ଗାଇ ଚରାଇଲା ତ ଆଉକିଏ ପରଘରେ କୁଲିବୃତି କରି ପେଟ ପୋଷିଲା । ଏହି ପରି କିଛି ଅନାଥ ପିଲାଙ୍କୁ ଠାବକରିଥିଲା ଚାଇଲ୍ଡ ଲାଇନ,ସେମାନଙ୍କ ପାଠପଢିବାର ଆଗ୍ରହ ଦେଖି ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇ ପାଠ ପଢାଇବାର ବ୍ୟବସ୍ଥା କରିଛନ୍ତି । କୁଡୁମୁଲୁଗୁମ୍ମା ଠାରେ ଥିବା ଚାଇଲ୍ଡଲାଇନ ସଂସ୍ଥାର ଚନ୍ଦ୍ରଗମାଙ୍ଗୋ ଓ ରୁପେନ୍ଦ୍ର ନାୟକ ରାଷବେଢା ପଚାଂୟତକୁ ଯାଇଥିବାବେଳେ ସେଠାରେ ଦେଖିଲେ ଟାଗବେଢା ଗ୍ରାମର କିଛି ବଣ୍ଡାସଂପ୍ରଦାୟର ଲୋକଙ୍କ ସହିତ ୮ଜଣ ଛୋଟ ଛୋଟପିଲା ପଚାଂୟତ ଅଫିସକୁ ଆସିଥିଲେ । ପାଠପଡୁଛ କି ବୋଲି ସେମାନଙ୍କୁ ପଚାରିବାରୁ ସେହି ପିଲାମାନଙ୍କ ମଧ୍ୟରୁ ୫ଜଣ କହିଥିଲେ ଆମେ ଆଜ୍ଞାଗରିବ ଅନାଥପିଲା ଆମର ବାପା ମା ମରି ଯାଇଛନ୍ତି ,ପରଘରେ କାମକରି ପେଟ ପୋଷୁଛୁ ପଇସା କେଉଁଠୁ ପାଇବୁ ପାଠପଢିବୁ, ଆମର ପାଠପଢିବା ପାଇଁ ବହୁତ ଇଛାଅଛି ବୋଲି କହିବାରୁ  ଗ୍ରାମବାସିଙ୍କୁ କହି ଚାଇଲ୍ଟଲାଇନର ସଭ୍ୟ ସେହି ୮ଜଣ ପିଲାଙ୍କୁ ଏକ ସ୍ୱତନ୍ତ୍ର ଗାଡିକରି ମାଲକାନଗିରି କୁ ଧରି ଆସି ମାଲକାନଗିରି ଜିଲ୍ଲାଶିଶୁ ମଙ୍ଗଳ ସମତି ନିକଟରେ ହାଜର କରାଇଥିଲେ । ସିଡବ୍ଲୁସିର ସଭ୍ୟ କିଶୋର ମହାରଣା ଓ ହରେଶଚନ୍ଦ୍ର ବେହେରା ସେହି ଉଦ୍ଧାର ପିଲାମାନଙ୍କୁ କାଉଁସିଲିଂ କରିବାରୁ ଜଣାପଡିଥିଲା ସେମାନଙ୍କ ଘର ଖଇରପୁଟ ବ୍ଲକସ୍ଥ ରାଷବେଢା ପଚାଂୟତ ଟାଗବେଢା ଗ୍ରମରେ ଉଦ୍ଧାର ହୋଇଥିବା ସମସ୍ଥ ପିଲାମାନେ ବଣ୍ଡାଆଦିବାସୀ ସଂପ୍ରଦାୟର । ଟାଗବେଢା ଗ୍ରମର ରବିନ୍ଦ୍ର ମୁଦୁଲି(୧୨) ଛୋଟ ଥିବା ବେଳେ ତାଙ୍କ ବାପା ହାଡି ମୁଦୁଲି ଓ ମା ଗୁରିବାରି ମୁଦୁଲି ଙ୍କ ମୃତ୍ୟୁ ହୋଇଥିଲା,ସମାବଡନାୟକ(୭) ବପା ସନିଆବଡନାୟକ ମା ସମାରି ବଡନାୟକ ଙ୍କର ମଧ୍ୟ ମୃତୟୁ ଘଟିଛି,ହାଡି ମୁଦୁଲି(୯) ବାପା ଲାଛି ମୁଦୁଲି, ମା ମଙ୍ଗୁଳିମୁଦୁଲି ଙ୍କର ମଧ୍ୟ ମୃତ୍ୟୁ ଘଟିଛି,ସୁକୁରା ଶିଶା(୯) ବାପା ଧବୁଲୁ ଶିଶା ଙ୍କର ମୃତ୍ୟୁ ଘଟିବାପରେ ବିଧବା ମା ସମାରି ଶିଶା କଲୁବୃତି କରି ବହୁକଷ୍ଟରେ ସୁକୁରାକୁ ବଚାଂଇରଖିଛି, ଗରିବ ହୋଇଥିବାରୁ ପାଠପଢାଇ ପାରିନଥିବାର ଜଣାପଡିଛି ଠିକ ସେହି ପରି ସୁକୁରା ବଡନାୟକ(୯) ଅନାଥ ହେବାସହିତ ମଙ୍ଗଳା ଶିଶା(୧୦),ଲାଛିମୁଦୁଲି(୧୧),ହାଡି କ୍ରିସାନୀ(୮)ଙ୍କ ପରିବାର  ଅତ୍ୟନ୍ତ ଗରିବ ହୋଇଥିବାରୁ ସେମାନେ ପାଠ ନପଢି ଗାଁରେ ଗାଇ ଚରାଇବାସହିତ ପର ଘରେ କାମକରୁଥିଲେ । ଏହି ପିଲାମାନଙ୍କ ର ପାଠ ପଢାପ୍ରତି ଆଗ୍ରହ ଦେଖି ଏହି ୮ଜଣ ପିଲାଙ୍କୁ ଜିଲ୍ଲାପ୍ରଶାନ ପକ୍ଷରୁ ଛାତ୍ରବାସରେ ରଖାଯାଇ ପାଠପଢାର ବ୍ୟବସ୍ଥା କରା ଯିବ ବୋଲି ଜିଲ୍ଲାଶିଶୁମଙ୍ଗଳ ସମିତି ପକ୍ଷରୁ ପ୍ରତି ଶୃତିଦେବାପରେ ଉଦ୍ଧାର ପିଲାମାନଙ୍କୁ ଚାଇଲ୍ଟ ଲାଇନ ପକ୍ଷରୁ ସେମାନଙ୍କ ଘରେ ଛାଡିଦିଆ ଯାଇଥିଲା ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top