ଓଡ଼ିଶା

ପାଠଣା ବ୍ଲକ ବିଜୁ ଜନତା ଦଳ ପରିବର୍ତ୍ତିତ କାର୍ଯ୍ୟକାରିଣୀ ବୈଠକ

ପାଟଣା, ତା୧୫/୦୫(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବିଜୁ ଜନତା ଦଳ ସଭାପତି ମାଧବାନନ୍ଦ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀରେ ବ୍ଲକ ଅଧ୍ୟକ୍ଷ ତଥା ବ୍ଲକ ଯୁବ ବିଜେଡି ସଭାପତି ଜଗନ୍ନାଥ ନାଏକ ଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଯୋଗଦେଇ ନିଜର ଅଭିଭାଷଣ ରେ କଂଗ୍ରେସ ଦେଶକୁ ୫୦ବର୍ଷ ଧରି ଶାସନ କରିବା ଦେଶ ପାଇଁ ଅନ୍ୟତମ ଆଶ୍ଚର୍ଯ୍ୟ ଘଟଣା। କଂଗ୍ରେସ ଅମଳରେ ରାଜ୍ୟରେ ଉନ୍ନତି କ’ଣ ଲୋକେ ଜାଣି ପାରୁନଥିଲେ। ଏବେ ରାଜ୍ୟରେ ବିଜେଡ଼ି ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଅନ୍ୟାନ୍ୟ ବିକାଶ କ୍ଷେତ୍ରରେ ଯେମିତି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି, ତାହାର ସୁଫଳ ଶିଶୁ, ମହିଳା, ଯୁବକଯୁବତୀ, ଶ୍ରମଜୀବି, ନିର୍ମାଣ ଶ୍ରମିକ, କୃଷକ ଓ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ଅସହାୟଙ୍କ ନିକଟରେ ପହଞ୍ଚି ପାରିଛି ବୋଲି ପାଟଣା ବ୍ଲକ ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ ପ୍ରକାଶ କରିଛନ୍ତି। ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ହୃଷିକେଶ ନାଏକ ପାଟଣା ନିର୍ବାଚନ ମଣ୍ଡଳୀର ବୈତରଣୀ ଉପରେ ଯୋଡା ସେତୁ ପ୍ରତିଷ୍ଠା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଖୁବଶୀଘ୍ର ବାଲିଯୋଡି-କେନ୍ଦୁଯୋଡା ମଧ୍ୟରେ ୯କୋଟି ୩୫ଲକ୍ଷ ଟଙ୍କା ବ୍ୟୟରେ ବୈତରଣୀ ଉପରେ ସେତୁ ପ୍ରତିଷ୍ଠା କରାଯିବ ଓ ଭୀମକୁଣ୍ଡର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୃଷିକେଶ ନାଏକ କହିଥିଲେ। ଭାବବିହ୍ୱଳ ଢଙ୍ଗରେ ନିଜର ଦୀର୍ଘ ରାଜନୈତିକ ଜୀବନରେ ସେ ନିଜର କୋଠାଘରଟିଏ କରିପାରିନଥିବା ଓ ପାଟଣା ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରି ଆସୁଥିବାରୁ ସମାଲୋଚକମାନେ ପ୍ରଥମେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରନ୍ତୁ ବୋଲି ଆହ୍ୱାନ ଜଣାଇଥିଲେ। ସେହିପରି ଦଳରେ ରହି ସ୍ୱାଧୀନ ନେତାଙ୍କ ବିହନ କମ୍ବଳ ବାଣ୍ଟୁଥିବା କର୍ମୀଙ୍କୁ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ। ଉଭୟ କଂଗ୍ରେସ ଓ ବିଜେପି ନେତାଙ୍କୁ ମନ୍ତ୍ରୀ କଟାକ୍ଷ କରିଥିଲେ। ଏହି ପରିବର୍ତ୍ତିତ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜା ଚକ୍ର, ପୂର୍ବତନ ସାଂସଦ ମାଧବ ସର୍ଦ୍ଧାର ଓ ଯଶୋବନ୍ତ ସିଂ ଲାଗୁରୀ, କେସିସି ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ଯୁବନେତା ଇଂ ବିନୋଦ ନାଏକ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଦୀପକ କୁମାର ରାଜ, ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ରାମରାୟ ମୁନ୍ଦୁୟା, ପ୍ରାକ୍ତନ କେନ୍ଦୁଝର ପୌରାଧ୍ୟକ୍ଷା ମୀନା ମାଝୀ, ଜିଲା ଉପସଭାପତି ଦେବାନନ୍ଦ ପୃଷ୍ଟି, ଜିଲା ସମ୍ପାଦକ ମହେନ୍ଦ୍ର ସାହୁ ପ୍ରମୁଖ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top