ଓଡ଼ିଶା

ପାଟିରେ ୫୩୩ ଷ୍ଟ୍ର’ ରଖିଲେ ବ୍ରହ୍ମପୁରର ଯୁବକ

ବ୍ରହ୍ମପୁର ୭-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ପାଟିରେ ଏକାଥରକେ ୫୩୩ଟି ଷ୍ଟ୍ର’କୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ପୁରାଇ ଗିନିସ୍ ବୁକ୍ ଅଫ ୱାର୍ଲଡ୍‌ ରେକର୍ଡ ଲକ୍ଷରେ ବ୍ରହ୍ମପୁରର ମନୋଜ ମହାରଣା। ଏହା ପୂର୍ବରୁ ମୁମ୍ବାଇର ଜଣେ ଯୁବକ ୪୯୬ଟି ପାଇପ୍ ପୂରାଇ ରେକର୍ଡ କରିଥିଲେ।

ସେହିପରି ୪୦ଟି ଜ୍ୱଳନ୍ତା ମହମବତୀକୁ ଏକାସଙ୍ଗେ ୪୦ ସେକେଣ୍ଡ ଧରି ପାଟିରେ ରଖିଥିଲେ ମନୋଜ। ମନୋଜଙ୍କ ପୂର୍ବରୁ ମୁମ୍ବାଇର ଦିନେଶ ଶିଭନାଥ ଉପାଧ୍ୟୟ ନାମକ ଜଣେ ଯୁବକ ୩୭ଟି ମହମବତୀ ରଖି ରେକର୍ଡ କରିଥିଲେ। ସେହିପରି ମନୋଜଙ୍କ ୩ୟ ପ୍ରୟାସ ଥିଲା, ଗୋଟିଏ ମିନିଟରେ ୬.୫ ସେଣ୍ଟିମିଟର ଲମ୍ବର ଟୁଥ୍‌ପିକ୍‌କୁ ପାଟି ଭିତରେ ୪୨ଥର ବୁଲାଇଥିଲେ। ଏହାପୂର୍ବରୁ ଦିନେଶ ଶିଭନାଥ ୩୨ଥର ଟୁଥପିକ୍‌କୁ ବୁଲାଇ ରେକର୍ଡ କରିଥିଲେ |

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top