ପାଟଳିପଙ୍କ ପଞ୍ଚାୟତରେ ଗ୍ରାମ୍ୟରାସ୍ତା ଧୋଇଯାଇଛି

କେନ୍ଦ୍ରାପଡା ୧୦ /୯ (ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- ମହାକାଳପଡା ବ୍ଲକ ଅନ୍ତର୍ଗତ ପାଟଳିପଙ୍କ ପଞ୍ଚାୟତର ରଘୁନାଥପୁର ଗ୍ରାମର ମୁଖ୍ୟ ରାସ୍ତାଟି ଲଗାଣ ବର୍ଷା ଯୋଗୁ ୫ ଦିନ ହେବ ଧୋଇଯାଇଛି। ଯାହା ଫଳରେ କି ସେହି ଗ୍ରାମକୁ ୪ ଚିକିଆ ଯାନ ଯିବା ଦୂରର କଥା ୨ ଚକିଆଯାନ ଯାଇପାରୁନାହିଁ। ଗ୍ରାମବାସୀମାନେ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ମହାକାଳପଡା ବିଡିଓଙ୍କୁ ଗ୍ରାମବାସୀମାନେ ଏହି ଅସୁବିଧା ସଂପର୍କରେ ଅବଗତ କରିବା ସତ୍ୱେ ବିଡିଓ କିଛି ବୁଝୁନଥିବାରୁ ଆଜି ଗ୍ରାମବାସୀମାନେ ଜିଲାପାଳଙ୍କୁ ଭେଟି ଏ ସଂପର୍କରେ ତାଙ୍କର ହସ୍ତକ୍ଷେପ ଲୋଡିଛନ୍ତି। ଆଜି ଭାରତ ବନ୍ଦ ଥିବାରୁ ଜିଲାପାଳ ଏ ସଂପର୍କରେ ଆସନ୍ତାକାଲି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଗ୍ରାମବାସୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ବ୍ୟତୀତ ସେହି ପଞ୍ଚାୟତର ଓଦାକଣ ଗ୍ରାମର ହରିଜନ ସାହିରେ ଲଗାଣ ବର୍ଷାଯୋଗୁ ୫୦ ରୁ ଅଧିକ ଲୋକଙ୍କ ଘରେ ପାଣି ପଶିଯିବାରୁ ସେମାନେ ବହୁ ଅସୁବିଧାରେ ଅଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ ପ୍ରଶାସନ ପହଞ୍ଚିନଥିବାରୁ ସେମାନେ ଜିଲାପାଳଙ୍କୁ ଅବଗତ କରିଛନ୍ତି।

Leave a Reply

Your email address will not be published. Required fields are marked *