ପାଟପୁର ଅଙ୍ଗନୱାଡି ନଂ-୧ ସହାୟକ ନିଯୁକ୍ତିରେ ଚଂଚକତା ଅଭିଯୋଗ

ଯାଜପୁର,୨୨/୧୧(ଓଡିଆପୁଅ/ଏମ ରାଉତ)ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ଗ୍ରାମ ଅଙ୍ଗନୱାଡି ନଂ-୧ରେ ସାହାୟକ ନିଯୁକ୍ତିରେ ଚଂଚକତା ହୋଇଥିବା ନେଇ ଅଭିଯୋଗ ହୋଇଛି । ପୂର୍ବରୁ ଧର୍ମଶାଳା ଶିଶୁ ବିକାଶ କାର୍ଯ୍ୟଳୟ ପକ୍ଷରୁ ପତ୍ର ସଂଖ୍ୟ ୯୬୧ ତା ୨୬/୧୦/୨୦୧୭ରେ ଏକ ନୋଟିସ ପ୍ରକାଶ ପାଇଥିଲେ । ଏଥିରେ ଗ୍ରାମର ମହିଳା ମାନେ ଅଂଶ ଗ୍ରହଣ କରି ସହାୟକ ନିଯୁକ୍ତି କରିବା କୁହାଯିବା ସହିତ ସେହି ଗ୍ରାମର ରାଜୀବ ଗାନ୍ଦୀ ଗୃହରେ ହେବା ପାଇଁ କୁହାଯାଇଥିଲ । ନୋଟିସ ଅନୁଯାୟୀ ଗ୍ରାମର ରିନା ମଳିକ, ସବିତା ସାହୁ ଏଥିପାଇଁ ଆଶାୟୀ ଥିବା ବେଳେ ନିଜ ପକ୍ଷରୁ ଗ୍ରାମର ମହିଳା ମାନଙ୍କୁ ସେଠାରେ ଅଂଶ ଗ୍ରହଣ କରିବାକୁ ମଧ୍ୟ କହିଥିଲେ । ହେଲେ ସେଠାକୁ ଶିଶୁ ବିକାଶ ଅଧିକାରୀ ଡେିରିରେ ପଂହଚିବାରୁ ଆଶାୟୀ ଥିବା ରିନା ଘରେ ଛାଡି ଆସିଥିବା ତାଙ୍କ ୧ବର୍ଷର ପୁଅକୁ ଦେଖିବାକୁ ଯାଇଥିଲା । ଯିବା ପୁର୍ବରୁ ଅଙ୍ଗନୱାଡି କର୍ମୀଙ୍କୁ ନିଜମ୍ନିଯୁକ୍ତି ପାଇଁ କାଗଜପତ୍ର ଦାଖଲ କରିକି ଯାଇଥିଲେ । ହେଲେ ଏହି ସମୟରେ ଶିଶି ବକାଶ ଅଧିକାରୀଙ୍କୁ ଡକାଇ କେବଳ ଜଣଙ୍କ କାଗଜପତ୍ର ଦେବା ସହିତ ଅନ୍ୟ ଜଣଙ୍କର ଦିଆଯାଇନଥିଲା । ଫଳରେ ରିନାକୁ ଅଂଶ ଗ୍ରହଣ କରିନଥିବାର ଆଳ ଦେଖାଈ ସେଥିରୁ ଅଂଶ ଗ୍ରହଣ କରିବାକୁ ଦିଆଗଲା ନାହିଁ । ମାତ୍ର ୧୦ମିିନିଟ ପରେ ରିନା ପଂହଚି ଶିଶୁ ବିକାଶ ଅଧିକାରୀ ଜଣଙ୍କୁ ଚୟନ କରି ଫେରିଯାଇଥିବା ଶୁଣିବା ପରେ ଏହି ବିଷୟରେ ତାଙ୍କୁ ପଚାରିବାରୁ ସେ ଜଣେ ରହିବାକୁ କହିଥିଲା ଅନ୍ୟ କେହି କହିନଥିବା ପ୍ରକାଶ କରିବା ପରେ ସେ କାଗଜ ପତ୍ର ଦେଇଥିବାକହିଥିଲେ । ହେଲେ ତାଙ୍କ କାଗଜପତ୍ର କଣ ପାଇଁ ଦିଆଗଲା ନହିଁ ତାହା ଏଠଶରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ରିନା ଏଥିରେ ଜାଣି ଶୁଣି ଶିଶୁ ବିକାଶ ଅଧିକାରୀ ଏଭଳି କରିଛନ୍ତି ବୋଲି ଅଭିଯୋଗ ଉଠାଇ ଏକ ଅଭିଯୋଗପତ୍ର ଶିଶୁ ବିକାଶ ଅଧିକାରୀ, ଧର୍ମଶାଳା ବିଡିଓ, ସମିତିସଭ୍ୟ, ଜିଲ୍ଲାପାଳଙ୍କୁ ଦେଇଏହାର ତଦନ୍ତ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଜିଲ୍ଲାପାଳାଙ୍କ କାର୍ଯ୍ୟଳୟ ଘେରାଉ କରିବାକୁ ଗ୍ରାମବାସୀ ପ୍ରକାଶ କରିଛନ୍ତି ।

M Rout

i am journalist competed DJMC and work as a Social Worker VicePresident of Society for Heath Education Environment & integrated Development (SHEEID)

Leave a Reply

Your email address will not be published. Required fields are marked *