ପାଟଣା ବ୍ଲକ ସ୍ତରୀୟ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ

ପାଟଣା ବ୍ଲକ ସ୍ତରୀୟ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ
ପାଟଣା,ତା୧୫/୦୮(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୨ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପାଟଣା ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ବ୍ଲକ ମୂଖ୍ୟାଳୟ ପାଟଣା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ଯ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ହୃଷିକେଶ ନାଏକ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ । ଚଳିତ ବର୍ଷ କାର୍ଯ୍ୟ ଦକ୍ଷତା ଓ ଉତ୍ତମ କାର୍ଯ୍ୟ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଶାଲ ଚନ୍ଦ୍ର ନାଏକ ଓ ପାଟଣା ରେଞ୍ଜର ମୁକ୍ତିକାନ୍ତ ରାୟମହାପାତ୍ର ଙ୍କୁ ମୁଖ୍ୟଅତିଥି ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । କୃତୀଶିକ୍ଷକ ସମ୍ମାନ ଭାବେ କ୍ଷେତ୍ରମୋହନ ମହାନ୍ତ , ସଫଳ ଆଶା ଅଙ୍ଗନବାଡି କର୍ମୀ ଭାବେ ଆରତୀ ମହାନ୍ତ , କୃତି କଳାକାର ଭାବେ ଭାଷ୍କର ରଣା ପ୍ରମୁଖ କାର୍ଯ୍ୟକ୍ରମ ରେ ସମ୍ମାନିତ ହୋଇଛନ୍ତି ।

ଏହିବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ପାଟଣା ବିଡିଓ କୁଶାଲ ଚନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ହୃଷିକେଶ ନାଏକ , ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମାଜସେବୀ ଇଂ ବିଦ୍ୟାଧର ଦାଶ , ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ୍ , ରେଞ୍ଜର ମୁକ୍ତିକାନ୍ତ ରାୟମହାପାତ୍ର , ଥାନାଧିକାରିଣୀ ପ୍ରମୋଦିନୀ ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାର୍ଥସାରଥୀ ବେଜ ଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିକୁ କଲେଜ ପିଇଟି ଧର୍ମେନ୍ଦ୍ର ସାହୁ, ଏସଇଓ ଅଶୋକ ମହାପାତ୍ର, ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରବିର କୁମାର ଦେଓ , ଗଣ ଶିକ୍ଷା ବିଭାଗ ର ପ୍ରମୋଦ କୁମାର ମହାନ୍ତ, ଶ୍ରୀକାନ୍ତ ବିଶ୍ବାଳ, ଶାନ୍ତନୁ କୁମାର ସାହୁ ଓ କମଳା କାନ୍ତ ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବ୍ଲକ ଅଞ୍ଚଳର ଶ୍ରେଷ୍ଠ ମାଟ୍ରିକ୍ ଟପର ହୋଇଥିବା ଆଦିତ୍ୟ ନାରାୟଣ ସାହୁ ଙ୍କ ସହ ସଙ୍ଗୀତ , ବକ୍ତୃତା , ଚିତ୍ରାଙ୍କନ , ପ୍ରବନ୍ଧ ଲିଖନ ରେ କୃତି ପ୍ରତିଯୋଗି ଙ୍କୁ ପୁରଷ୍କୃତ କରାଯାଇଥିଲା । ସେହିପରି ପାଟଣା ପ୍ରକଳ୍ପ ବିଦ୍ୟାଳୟ , ବାଳିକା ଉଚ୍ଚ ବିଦ୍ୟାଳୟ ସ୍ବାମ ପାଟଣା , ଜି ଏନ୍ ଉଚ୍ଚ ବିଦ୍ୟାଳୟ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଧାୟକ ଙ୍କ ଦ୍ଵାରା ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *