ଓଡ଼ିଶା

ପାଟଣା ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଳା

ପାଟଣା,ତା୨୩/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସ୍ତରିୟ କୃଷକ ସମ୍ପର୍କ ମେଳା ଚିନାବାଳିପଶି ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଚିତ୍ତରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୃଷକ ସମ୍ପର୍କ ମେଳା ଓ କୃଷି ଯନ୍ତ୍ରପାତି ପ୍ରଦର୍ଶନ କୁ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ହୃଷିକେଶ ନାଏକ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ , ବିଜେଡ଼ି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି , ଜିଲ୍ଲାପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ ,ଜିଲ୍ଲା ପରିଷଦ ସଦସ୍ୟା ଡଲି ପାତ୍ର ,ସୁରମାଲ ବେହେରା ,ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା , ଚିନାବାଳି ସରପଞ୍ଚ କନକଲତା ନାଏକ , ସମିତି ସଭ୍ୟ ବିଶ୍ବନାଥ ନାୟକ ,ଘଟଗାଁ କୃଷି ଜିଲ୍ଲା ଅଧିକାରୀ ନାରାୟଣସେଠୀ , କୃଷି ବିଭାଗ ର ସହକାରୀ ଯନ୍ତ୍ରୀ ଅଜୟ କୁମାର ମାରାଣ୍ଡି ,ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ , ମସ୍ୟ ସଂପ୍ରସାରଣ ଅଧିକାରୀ ଧନେଶ୍ୱର ନାଏକ ,ପ୍ରଣୀ ଚିକିତ୍ସକ ଡକ୍ଟର ରାଜେଶ ଜେନା ,କୃଷି ଅଧିକାରୀ ଅଜୟ ରାଉତ ,କୃଷି ଅଧିଦର୍ଶକ ବୈଷ୍ଣବ ଚରଣ ନାଏକ , ଦୁର୍ଗାଚରଣ ତ୍ରିପାଠୀ , ସୁକାନ୍ତ ବିଶ୍ବାଳ , ସନ୍ତୋଷ ନାୟକ , ବନଲତା ସେଠୀ ଓ ଖଗେଶ୍ବର ଦାସ ପ୍ରମୁଖ ପରିଚାଳନା କରିଥିବାବେଳେ ବ୍ଲକ ଅଞ୍ଚଳର ୧୦ରୁ ଉର୍ଦ୍ଧ୍ବ ସରପଞ୍ଚ ଓ ୧୨ ଜଣ ସମିତି ସଭ୍ୟଙ୍କ ସହ ଶହଶହ ସଂଖ୍ୟା ରେ ଚାଷୀ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top