ପାଟଣା ବ୍ଲକ ସରପଞ୍ଚ ସଂଘର ବୈଠକ

ତୁରୁମୁଙ୍ଗା ୧/୯ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚେମେଣା ପଞ୍ଚାୟତ ସଭାଗୃହ ଠାରେ ପାଟଣା ବ୍ଲକର ୨୦ ଟି ପଞ୍ଚାୟତ ର ସରପଞ୍ଚଙ୍କୁ ନେଇ ଗଠିତ ସରପଞ୍ଚ ସଂଘର ବୈଠକ ଅନୁଷ୍ଟିତ ହୋଇଛି। ଆୟୋଜିତ ସଭାରେ ସଙ୍ଘର ସଭାପତି ନିତ୍ୟାନନ୍ଦ ମହାପାତ୍ରଙ୍କ ଅଧକ୍ଷତାରେ ସମ୍ପାଦୀକା ଭାମାମଣୀ ଦାସ, ବଡ଼ପାଟଣା ସରପଞ୍ଚ ଚନ୍ଦ୍ର ଶେଖର ନାଏକ, ଚେମେଣା ସରପଞ୍ଚ ଉଦୟ ନାଥ ନାୟକ, କଣ୍ଟିଆପଡା ସରପଞ୍ଚ ଚକ୍ରଧର ନାଏକ, ରାଜନଗର ସରପଞ୍ଚ ସରସ୍ୱତୀ ନାଏକ, ମୁରୁସୁଆଁ ସରପଞ୍ଚ ସୁନିତା ନାଏକ, ପୋଲାଣ ଘାଟି ସରପଞ୍ଚ ନେତ୍ରମଣୀ ନାଏକ, ତୁରୁମୁଙ୍ଗା ସରପଞ୍ଚ ଉମେଶ ଦେହୁରୀ, ବୁଢ଼ୀ କାପୁଡି ସରପଞ୍ଚ ଯଦୁମଣି ନାଏକ, ଟାଙ୍ଗରପଡା ସରପଞ୍ଚ ରଞ୍ଜୁଲତା ନାଏକ, ଚାଖୁଣ୍ଡାପାଳ ସରପଞ୍ଚ କଇଁତା ନାଏକ,ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ, ମିରିଗିଖୋଜି ସରପଞ୍ଚ ସୁମିତ୍ରା ନାଏକ, ଚିନାମାଳି ପଶି ସରପଞ୍ଚ କନକ ଲତା ନାଏକଙ୍କ ସମେତ ୧୮ଜଣ ସରପଞ୍ଚ ଉପସ୍ଥିତ ରହିଥିଲେ। ଏହି ବୈଠକରେ ଆମ ଗାଁ ଆମ ବିକାଶ ଯୋଜନାର ସଫଳ ରୂପାୟନରେ ସରପଞ୍ଚମାନଙ୍କ ସକ୍ରିୟ ଅଂଶଗ୍ରହଣ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଯୋଗୁଁ ଉପୁଜିଥିବା ସମସ୍ୟା ଉପରେ ବ୍ଲକ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପାଇଁ ନିଷ୍ପତି ନିଆଯାଇଥିଲା।

Leave a Reply

Your email address will not be published. Required fields are marked *