ଓଡ଼ିଶା

ପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ନିର୍ବାଚନ – ବିଜନ ପରିଡା ସଭାପତି , କମଳାକାନ୍ତ ପତି ସଂପାଦକ

ପାଟଣା,ତା୨୯/୦୪(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପ୍ରାଥମିକ ଶକ୍ଷକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ ସହ ଅନୁବନ୍ଧିତ ପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ ସଭାପତି ଭାବେ ବିଜନ କୁମାର ପରିଡା ଓ ସାଧାରଣ ସଂପାଦକ ଭାବେ କମଳାକାନ୍ତ ପତି ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ଶ୍ରୀକାନ୍ତ ବିଶ୍ୱାଳ, ହିସାବ ରକ୍ଷକ ଭାବେ ରମେଶ ଚନ୍ଦ୍ର ନାୟକ, ସହ ସଂପାଦକ ଭାବେ ଜଗନ୍ନାଥ ମହାନ୍ତ, ଦେବବ୍ରତ ମହାନ୍ତ ଓ ଅଭିନ୍ନ କୁମାର ସେଠୀ, ସଂଯୋଜକ ଭାବେ ସନ୍ତୋଷ କୁମାର ନାଏକ ପ୍ରମୁଖ ନିର୍ବାଚିତ ହୋଇଥିବାବେଳେ ଉପଦେଷ୍ଟା ମଣ୍ଡଳୀରେ ବିଭୀଷଣ ଦଳ ଦସିଆ, ନନ୍ଦକିଶୋର ନାଏକ ଓ ନେତ୍ରାନନ୍ଦ ନାଏକ ପ୍ରମୁଖ ସାମିଲ ହୋଇଛନ୍ତି । କେଶବ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସଂପାଦକ ମୁକୁନ୍ଦ ସାହୁ ଓ ଘଟଗାଁ ବ୍ଲକ ଶିକ୍ଷକ ପ୍ରତିନିଧି ଜୟନ୍ତ କୁମାର ପଲେଇ ପ୍ରମୁଖ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । କୃପାସିନ୍ଧୁ ସାହୁ, ଦିବାକର ଦେହୁରୀ, ରବିନାରାୟଣ ପଇଦା, ଶରତ ଚନ୍ଦ୍ର ମହାନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ନବନିର୍ବାଚିତ କର୍ମକର୍ତ୍ତା ମାନେ ଶପଥ ପାଠ କରି ଆଗାମୀ ୩ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସୁବିଧା ଅସୁବିଧା ପ୍ରତି ନଜର ରଖିବା ସହ ସଂଘର ଉନ୍ନତି ପାଇଁ କାମ କରିବେ ବୋଲି କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top