ପାଟଣା ବ୍ଲକସ୍ତରୀୟ ଶିଶୁ ଦିବସ ପାଳିତ

ପାଟଣା,ତା୧୪/୧୧(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣା ଜିଏନ୍ ହାଇସ୍କୁଲ ପରିସରରେ ଆଜି ପାଟଣା ବ୍ଲକସ୍ତରୀୟ ଶିଶୁ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରୋଜେକ୍ଟର ମାଧ୍ୟମରେ ବଡ ପରଦାରେ ରାଜଧାନୀରୁ ଶିଶୁମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଶୁଣାଇବା ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ପାଟଣା ବିଡିଓ କୁଶାଲ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହକୁ ମୁଖ୍ୟ ଅତିଥି ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ଚତୁର୍ଭୁଜ ସେଠୀ, ଏବିଡିଓ ପ୍ରଫୁଲ୍ଲ କୁମାର ନାୟକ,ଏବିଇଓ ସର୍ବଶ୍ରୀ ଧରଣୀଧର ଦାଶ, ନରୋତ୍ତମ ସାହୁ ଓ ଜଗବନ୍ଧୁ ମହାନ୍ତ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରବୀର କୁମାର ଦେଓ,ଗ୍ରାମ ପଞ୍ଚାୟତ ଅଧିକାରିଣୀ ରଶ୍ମୀରେଖା ମହାନ୍ତି, ଜିଏନ୍ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କଳ୍ପନା ସିଂହ, ବଡପାଟଣା ସରପଞ୍ଚ ଚନ୍ଦ୍ରଶେଖର ନାୟକ, ସମିତିସଭ୍ୟା ବାସନ୍ତୀ ବେହେରା,ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ସସ୍ମୀତା ନାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆନନ୍ଦ ଚନ୍ଦ୍ର ପଣ୍ଡା ଓ ଗ୍ରାମ ରୋଜଗାର ସେବକ କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିବାବେଳେ କ୍ଲଷ୍ଟର ସଂଯୋଜକ ପ୍ରମୋଦ କୁମାର ମହାନ୍ତ, କମଳାକାନ୍ତ ପତି ପ୍ରମୁଖ ଶିକ୍ଷା ବିଭାଗର ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ଓ ପାର୍ଥସାରଥି ବେଜ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ବଡପାଟଣା ପଞ୍ଚାୟତର ୨୧ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟର ୧୯୪୧ଜଣ ଛାତ୍ରଛାତ୍ରୀ, ୭୫ଜଣ ଗାଇଡ ଶିକ୍ଷକଙ୍କ ସହ ଶିଶୁଦିବସ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଛାତ୍ରଛାତ୍ରୀ ମନଦେଇ ଶୁଣିଥିଲେ । ଶିଶୁଦିବସ ଉପଲକ୍ଷେ ଅନୁଷ୍ଠିତ ବ୍ଲକସ୍ତରୀୟ ବକ୍ତୃତା ଓ ସଂଗୀତ ପ୍ରତିଯୋଗିତାରେ କୃତୀତ୍ୱ ପ୍ରଦର୍ଶନ କରିଥିବା ଚିଲିଦା ବାଳିକା ଉଚ୍ଚ ବିଦ୍ୟାଳୟର ଧଉଳି ନାଏକ, ମଲ୍ଲିପଶି ଜନତା ହାଇସ୍କୁଲର ଲତିକାପ୍ରଭା ମହାନ୍ତ, ଟାଙ୍ଗରପଡା ନୋଡାଲ ସ୍କୁଲର ସୁଦକ୍ଷୀଣା ସାହୁ, ଡୁମୁରିଆ ହାଇସ୍କୁଲର ପଲ୍ଲବୀରାଣୀ ମହାନ୍ତ, ନିଶ୍ଚିନ୍ତପୁର ପ୍ରକଳ୍ପ ବିଦ୍ୟାଳୟର ପଦ୍ମିନୀ ଗିରି, ଚିନାମାଳିପଶି ଉପ୍ରା ବିଦ୍ୟାଳୟର ସୁନେଲୀ ମାଝୀ, ଶରଧାପୁର ଉନ୍ନିତ ଉପ୍ରା ବିଦ୍ୟାଳୟର ଜଗନ୍ନାଥ ନାଏକ ଓ ଗୋଡିପୋଖରୀ ଉନ୍ନିତ ଉପ୍ରା ବିଦ୍ୟାଳୟର ଭାଗ୍ୟଜ୍ୟୋତି ମହାନ୍ତଙ୍କୁ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଓ ଅନ୍ୟାନ୍ୟ ଅତିଥିଗଣଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସ୍ୱାମପାଟଣା ଜିଏନ୍ ହାଇସ୍କୁଲ, ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିସହ ପାଟଣା ବ୍ଲକର ଅନ୍ୟ୧୯ଟି ପଞ୍ଚାୟତରେ ଅନୁରୂପ ଶିଶୁଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *