ଓଡ଼ିଶା

ପାଟଣା ବ୍ଲକସ୍ତରୀୟ ମନରେଗା ଜନଶୁଣାଣୀ

ପାଟଣା ବ୍ଲକସ୍ତରୀୟ ମନରେଗା ଜନଶୁଣାଣୀ

ପାଟଣା,ତା୧୨/୦୪(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଜନଶୁଣାଣି କାର୍ଯ୍ୟକ୍ରମ ଆଜି ଏପିଓ ଦୀପକ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଲକସ୍ତରୀୟ ଜନଶୁଣାଣିରେ ଚମ୍ପୁଆ ଉପଜିଲାପାଳ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେବାର ଥିଲେ ମଧ୍ୟ ତାଙ୍କ ଅନୁପସ୍ଥିତିରେ ବ୍ଲକସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଜନଶୁଣାଣି କରାଯାଇଥିଲା । ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ,ବିଡିଓ କୁଶଳ ଚନ୍ଦ୍ର ନାଏକ, ସହକାରୀଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ସାହୁ,ଏକାଉଣ୍ଟ ଅଫିସର ଧନେଶ୍ୱର ନାଏକ, ଭାରତ ସ୍ୱେଚ୍ଛାସେବୀ ସଂଗଠନର ରଣଜିତ ମହାନ୍ତ ପ୍ରମୁଖ ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆପତ୍ତି ଅଭିଯୋଗ ଶୁଣିଥିଲେ । ଶିବିରରେ ଜବକାର୍ଡଧାରୀ, ଗ୍ରାମ ସମ୍ବଳ କର୍ମୀ, ଗ୍ରାମସାଥି, ଗ୍ରାମରୋଜଗାର ସେବକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ, କେତେକ ସରପଞ୍ଚ ଓ ସମିତିସଭ୍ୟ ସାମିଲ ଥିବାବେଳେ ବ୍ଲକ ଅନ୍ତର୍ଗତ ୨୦ଟି ଯାକ ପଞ୍ଚାୟତ ଅଞ୍ଚଳରେ ୧ ଏପ୍ରିଲ ୨୦୧୭ଠାରୁ ୩୦ ସେପ୍ଟେମ୍ବର ୨୦୧୭ ଅବଧିରେ କରାଯାଇଥିବା ଉନ୍ନୟନ କାର୍ଯ୍ୟ ଉପରେ ଜନଶୁଣାଣି ହୋଇଥିଲା । ଏହି ଅବଧିରେ ପାଟଣା ବ୍ଲକ ଅଞ୍ଚଳରେ ମୋଟ ୯କୋଟି ୩ଲକ୍ଷ ୬୨ହଜାର ଟଙ୍କାରେ ମୋଟ ୧୫୭୨ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ଓ ତନ୍ମଧ୍ୟରୁ ୫୩୯ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଥିବା ସୂଚନା ଦିଆଯାଇଥିଲା । ଏହି ଅବଧିରେ ୩୮୪ ଜଣ ଜବକାର୍ଡଧାରୀଙ୍କୁ ଶହେ ଦିନର କାମ ଯୋଗାଇ ଦିଆଯାଇଥିବା କୁହାଯାଇଛି । ଜନଶୁଣାଣିରେ ଜଡିଚାତର ରାଜାବନ୍ଧ ପୋଖରୀ ପୁନଃରୁଦ୍ଧାରରେ କାମ କରି ୭ଜଣ ଶ୍ରମିକ ଆଜି ପର୍ଯ୍ୟନ୍ତ ମଜୁରୀ ପାଇନଥିବା ଓ ରୁଢିଆପଡା, ବାଉଁଶଡିହା ଆଦି ସ୍ଥାନରେ ଜଳବିଭାଜିକା ପକ୍ଷରୁ କାଜୁ ଚାଷରେ କାମ କରି ଶ୍ରମଜୀବି ଟଙ୍କା ପାଇନଥିବା ଆଦି ଅଭିଯୋଗ ଆସିଥିବା ବେଳେ ଉପସ୍ଥିତ ଜଳବିଭାଜିକା କର୍ମଚାରୀ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ବିଭିନ୍ନ ଅଭିଯୋଗର ସମାଧାନ କରାଯିବ ବୋଲି ବିଡିଓ କୁଶଳ ଚନ୍ଦ୍ର ନାଏକ ଓ ଉପସ୍ଥିତ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ, ସହକାରୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ ପ୍ରମୁଖଙ୍କ ଅଭିଯୋଗକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top